29.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଓଡ଼ିଶା ଓପନ୍ ଦ୍ୱିତୀୟ ରାଉଣ୍ଡ୍‌ରେ ରଜାୱତ୍‌, ପ୍ରଣୟ

ଓଡ଼ିଶା ଓପନ୍ ଦ୍ୱିତୀୟ ରାଉଣ୍ଡ୍‌ରେ ରଜାୱତ୍‌, ପ୍ରଣୟ

ନୂଆଦିଲ୍ଲୀ: ପ୍ରିୟାଂଶୁ ରଜାୱତ୍ ଏବଂ ଏଚ୍‌ଏସ୍ ପ୍ରଣୟ ମଙ୍ଗଳବାର ଇଣ୍ଡିଆ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ପ୍ରଥମ ଗେମ୍‌ରେ ପଛୁଆ ଥିବା ରଜାୱତ୍ ଏକ ସଂଘର୍ଷପୂର୍ଣ୍ଣ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ନିଜର ଅନ୍ତରଙ୍ଗ ବନ୍ଧୁ ତଥା ଟ୍ରେନିଂ ସାଥୀ ଲକ୍ଷ୍ୟ ସେନ୍‌ଙ୍କୁ ୧୬-୨୧, ୨୧-୧୬, ୨୧-୧୩ରେ ହରାଇ ଦେଇଛନ୍ତି । ଏହି ମ୍ୟାଚ୍ ୭୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ରଜାୱତ୍ ଦ୍ୱିତୀୟ ରାଉଣ୍ଡ୍‌ରେ ନିଜ ଦେଶର ଏଚ୍‌ଏସ୍ ପ୍ରଣୟଙ୍କୁ ଗୁରୁବାର ଭେଟିବେ ।

ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ବିଶ୍ୱର ୮ ନମ୍ବର ଖେଳାଳି ପ୍ରଣୟ ଚୀନା ତାଇପେଇର ଚୋଓ ତିଏନ୍ ଚେନ୍‌ଙ୍କୁ ୨୧-୬, ୨୨-୧୯ରେ ପରାଜିତ କରିଛନ୍ତି । ପ୍ରଥମ ଗେମ୍‌ରେ ପରେ ୍ ପ୍ରତ୍ୟାବର୍ତ୍ତନ କରି ଚେନ୍ ପ୍ରଥମେ ୧୧-୮ର ଅଗ୍ରଣୀ ହାସଲ କରିଥିଲେ । ପରେ ୧୬-୧୧ ଏବଂ ୧୯-୧୮ରେ ଆଗୁଆ ରହିଥିଲେ । ତେବେ ପ୍ରଣୟ ଲଗାତାର ଚାରି ପଏଣ୍ଟ୍ ହାସଲ କରି ୪୨ ମିନିଟ୍‌ରେ ମ୍ୟାଚ୍ ନିଜ ନାମରେ କରିନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking