25.1 C
Bhubaneswar
Monday, October 21, 2024
Homeଅପରାଧକାର୍ ପାର୍କିଂ ନେଇ ଗୁଳିକାଣ୍ଡ; ଉତ୍ତ୍ୟକ୍ତ ଲୋକ ୩ ଜଣଙ୍କୁ ପିଟି ପିଟି ମାରି ଦେଲେ

କାର୍ ପାର୍କିଂ ନେଇ ଗୁଳିକାଣ୍ଡ; ଉତ୍ତ୍ୟକ୍ତ ଲୋକ ୩ ଜଣଙ୍କୁ ପିଟି ପିଟି ମାରି ଦେଲେ

ଔରଙ୍ଗାବାଦ: ବିହାରରେ ଘଟିଛି ଏକ ଅଭାବନୀୟ ଘଟଣା । ଝିମିଟି ଖେଳରୁ ମହାଭାରତ ଭଳି ଛୋଟ କଥାକୁ ନେଇ ୩ ଲୋକଙ୍କୁ ହତ୍ୟା ଘଟଣା ସାମନା କୁ ଆସିଛି । ବିହାରର ଔରଙ୍ଗାବାଦ ରେ ଦୋକାନ ନିକଟରେ କାର ପାର୍କିଂକୁ ନେଇ ଘଟିଛି ଏହି ନାରକୀୟ କାଣ୍ଡ । ପୋଲିସ ସୂଚନା ମୁତାବକ , ନବୀନଗର ଥାନା କ୍ଷେତ୍ରରେ ତେତରିଆ ମୋଡ ରେ ଜଣେ କାର ଚାଳକ ନିଜ କାରକୁ ନେଇ ଏକ ଦୋକାନ ପାଖରେ ପାର୍କିଂ କରିଥିଲା । ତେବେ ଏହାକୁ ଦେଖି ଦୋକାନୀ ଜଣକ କାରକୁ ହଟାଇବା ପାଇଁ କହିଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ପରବର୍ତ୍ତୀ ସମୟ ରେ ଉଗ୍ର ରୂପ ନେଇଥିଲା । କାର ଚାଳକ ଜଣକ କ୍ରୋଧରେ ଦୋକାନୀ ଉପରେ ଫାୟରିଂ କରିଥିଲା । ଏହି ଗୁଳି ମାଡ଼ରେ ଦୋକାନୀ ଜଣକ ବର୍ତି ଯାଇଥିଲେ କିନ୍ତୁ ପାଖରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି ବାଜି ଥିଲା । ଫଳରେ ସେ ଘଟଣା ସ୍ଥଳରେ ଟଳିପଡିଥିଲେ । ମୃତକ ଜଣକଙ୍କ ନାମ ରାମ ଶରଣ ଚୌହାନ ଏବଂ ତାଙ୍କର ଘର ପହଚାନା ଥାନା ଅନ୍ତର୍ଗତ ମହୁଅରୀ ଗ୍ରାମ ଅଟେ ।

ଏହି ଘଟଣା ଟି ବିଜୁଳି ବେଗରେ ବ୍ୟାପିବା ପରେ ସ୍ଥାନୀୟ ଲୋକ ମାନେ ଆକ୍ରୋଶିତ ହୋଇ କାରକୁ ଘେରି, ସେଥିରେ ବସିଥିବା ୪ ଜଣ ଯୁବକଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଏହା ଫଳରେ ୨ ଜଣ ଲୋକ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ଜଣେ ହସ୍ପିଟାଲ ରେ ଜୀବନ ହାରିଥିଲେ । ସେହିପରି ଅନ୍ୟ ଜଣେ ଯୁବକ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । କାର ରେ ଥିବା ମୃତକ ମାନେ ଝାଡ଼ଖଣ୍ଡ ର ପଲାମୁ ଜିଲ୍ଲାର ହୈଦରନଗରର ନିବାସୀ ଭାବେ ଚିହ୍ନଟ ହୋଇଛନ୍ତି । କାରରେ ଥିବା ଯୁବକ ମାନେ ସାସାରାମରେ ଶେରଶାହ ସୁରୀଙ୍କ ମକବରାକୁ ବୁଲିବା ପାଇଁ ଯାଇଥିଲେ । ଘଟଣାର ସୂଚନା ପାଇ ନବୀନଗର ଥାନା ଅଧିକାରୀ ମନୋଜ କୁମାର ପାଣ୍ଡେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସେ ଏହି ମାମଲା ସମ୍ପର୍କରେ ସଦର ଏସଡିଓ ମୋ. ଅମାନୁତୁଲାହ ଖାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଘଟଣା ସ୍ଥଳରେ ଫରେନସିକ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking