26.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଜ୍ଞାନବ୍ୟାପୀ ମାମଲା: ନିଷେଧାଞ୍ଚଳରେ ଥିବା ପାଣିଟାଙ୍କି ସଫା କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ଜ୍ଞାନବ୍ୟାପୀ ମାମଲା: ନିଷେଧାଞ୍ଚଳରେ ଥିବା ପାଣିଟାଙ୍କି ସଫା କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମଜସିଦର ନିଷେଧାଞ୍ଚଳରେ ଥିବା ଏକ ପାଣିଟାଙ୍କି ସଫା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ୨୦୨୨ ମସିହା ମେ’ ମାସ ୧୬ ତାରିଖରେ ବାରାଣସୀ ସିଭିଲ କୋର୍ଟ ମସଜିଦର ଯେଉଁ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ, ସେହି ସ୍ଥାନରେ ରହିଛି ଏହି ପାଣିଟାଙ୍କି । ତେବେ ଏହି ପାଣିଟାଙ୍କିର ରକ୍ଷେଣାବେକ୍ଷଣା ଓ ସଫେଇ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେବା ପାଇଁ ୪ ଜଣ ହିନ୍ଦୁ ମହିଳା ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟ ହେବା ସହ ଏହି ଟାଙ୍କି ସଫେଇକୁ ଅନୁମତି ମଧ୍ୟ ମିଳିଛି । ଆଜି ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ସର୍ବୋଚ୍ଚ କୋର୍ଟ ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି ।

ଆଇନଜୀବୀ ହୁଜେଫା ଅହମ୍ମଦି ମୁସଲିମ ପକ୍ଷରୁ ଆଜି ମାମଲା ପରିଚାଳନା କରିଥିଲେ । ସେ ତାଙ୍କପକ୍ଷରୁ ଏହି ଅନୁମତି ପ୍ରସଙ୍ଗରେ କୌଣସି ଆପତ୍ତି ନଥିବା କୋର୍ଟଙ୍କୁ ସ୍ପଷ୍ଟ କରିଥିଲେ । ଗତବର୍ଷ ଭିଡିଓଗ୍ରାଫି ସର୍ଭେ ବେଳେ ମଜସିଦ କମ୍ପଲେକ୍ସରେ ଏକ ଶିବଲିଙ୍ଗ ଠାବ ହୋଇଥିବା ହିନ୍ଦୁପକ୍ଷ ଦାବି କରିଥିଲା । ଏଠାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ହିନ୍ଦୁପକ୍ଷଙ୍କ ଦ୍ୱାରା କରାଯାଇଥିଲା । କୋର୍ଟ ଏହି ଏହି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ । ହେଲେ ଏହି ମାମଲାରେ କଥାକଥିତ ଶିବଲିଙ୍ଗର ଚର୍ତୁପାର୍ଶ୍ୱ ଓ ଏହାର ପାର୍ଶ୍ୱବର୍ତ୍ତୀ ଏରିଆରେ ଥିବା ପାଣିଟାଙ୍କି ସଫେଇକୁ ଅନୁମତି ଦେବା ପାଇଁ ପରବର୍ତ୍ତୀ ସମୟରେ ଆଉ ଏକ ମାମଲା ସର୍ବୋଚ୍ଚକୋର୍ଟରେ ପହଞ୍ଚିଥିଲା । ଯାହାର ରାୟ ଆଜି ପ୍ରକାଶ ପାଇଛି । ଆଜି କୋର୍ଟଙ୍କ ରାୟକୁ ହିନ୍ଦୁପକ୍ଷ ସ୍ୱାଗତ କରିଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବାଧାନରେ ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking