31.1 C
Bhubaneswar
Tuesday, October 22, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ରାମବାଣ ଲେମ୍ବୁ

ସ୍ୱାସ୍ଥ୍ୟ ପାଇଁ ରାମବାଣ ଲେମ୍ବୁ

ଭୁବନେଶ୍ଵର: ଲେମ୍ବୁ ଖାଇବାର ଅନେକ ଫାଇଦା ଅଛି । ଏହା ବ୍ୟତିତ ତ୍ୱଚା ଠାରୁ ଆରମ୍ଭ କରି ଇମ୍ୟୁନିଟି ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛିର ଉପକାରିତା କରିଥାଏ ଲେମ୍ବୁ ।  ମୁଣ୍ଡବିନ୍ଧା, କେଶ ସମସ୍ୟା, ପେଟ କାମୁଡ଼ିବା, ବାନ୍ତି ଭଳି ରୋଗ ପାଇଁ ବରଦାନ ସଦୃଶ ହୋଇଥାଏ କାଗେଜି ଲେମ୍ବୁ। ତେବେ ଆସନ୍ତୁ ଜାଣିବା କଣ ସେ ସବୁ ଫାଇଦା ଗୁଡିକ ।ଯଦି ଆପଣଙ୍କର ହଜମ କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଆପଣ ଲେମ୍ବୁ ରସ ସେବନ କରିବା ଉଚିତ୍ । ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ, ଯଦି ଆପଣ ବାନ୍ତି କରୁଛନ୍ତି, ତେବେ ଅଧା କପ୍ ପାଣିରେ ଲେମ୍ବୁ ରସ ,ଜୀରା ଏବଂ ଅଳେଇଚ ଗୁଣ୍ଡ ମିଶାଇ ଏହାକୁ ଦୁଇ ଘଣ୍ଟା ବ୍ୟବଧାନ ପରେ ପିଇବା ଦ୍ୱାରା ବାନ୍ତି ବନ୍ଦ ହୋଇଯାଏ । ଚର୍ମରେ ଦାଗ ଏବଂ ବ୍ରଣ ଜନିତ ସମସ୍ୟାରେ ଲେମ୍ବୁ ରସ ପ୍ରତିଦିନ ମୁହଁରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଚେହେରାର ରଙ୍ଗ ସଫା ହେବା ସହ ବ୍ରଣରୁ ଆରାମ ମିଳିଥାଏ । ଲେମ୍ବୁ କେଶ ଝଡିବା ସମସ୍ୟା ଦୂର କରିଥାଏ । ଓଜନ କିମ୍ବା ମେଦବହୁଳତା କମାଇବା ପାଇଁ ଲେମ୍ବୁ ରସ ବହୁ ଉପକାରୀ ଅଟେ । ପ୍ରତିଦିନ ସକାଳେ ଏକ ଗ୍ଲାସ୍ ପାଣିରେ ଗୋଟିଏ ଲେମ୍ବୁ ରସ ଏବଂ ଦୁଇ ଚାମଚ ମହୁ ମିଶାଇ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking