ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ଇସ୍ରାଏଲ-ହମାସ୍ ପରେ ଏବେ ସିରିଆ ଓ ଇରାକ୍ ଉପରେ ଇରାନ୍ ବୋମା ମାଡ଼ କରିଛି । ଇରାନ୍ ରିଭଲ୍ୟୁସାନାରୀ ଗାର୍ଡ ସିରିଆ ଓ ଇରାକରେ ଥିବା ଆତଙ୍କବାଦୀ ଠିକଣାରେ ମିସାଇଲ୍ ମାଡ଼ କରିଛି । ଫଳରେ ବହୁ ଆତଙ୍କୀ ଶିବିର ଧ୍ବଂସ ହୋଇଛି । ତେବେ ଧମାକା ହୋଇଥିବା ସ୍ଥାନ ଠାରୁ କିଛି ଦୂରରେ ଆମେରିକାର ଦୂତାବାସ ରହିଛି ।
ଆଇଆରଏନଏ ସମାଚାର ଏଜେନ୍ସି ଇସଲାମିକ୍ ରିଭଲ୍ୟୁସାନାରୀ ଗାର୍ଡ କର୍ପସ୍ ଏକ ବୟାନରେ କହିଛି, ଏହି ହମଲା ଇରାକ୍ କୁର୍ଦିସ୍ତାନର ରାଜଧାନୀ ଅର୍ବିଲ୍ର ଏକ ଗୁଇନ୍ଦା ମୁଖ୍ୟାଳୟ ଏବଂ ଇରାନୀ ବିରୋଧୀ ଅତଙ୍କାବଦୀ ସମୁଦାୟ ଉପରେ ହୋଇଛି । କୁର୍ଦିସ୍ତାନ ଡେମୋକ୍ରାଟିକ୍ ପାର୍ଟିର ସୂଚନା ମୁତାବକ, ମିସାଇଲ୍ ମାଡ଼ ମୃତ୍ୟୁ ବରଣ କରିଥିବା ନାଗରିକଙ୍କ ମଧ୍ୟରେ ଦେଶର ପ୍ରମୁଖ ବ୍ୟବସାୟୀ ପେସ୍ରା ଦିଜୟୀ ରହିଛନ୍ତି । ଇସଲାମିକ୍ ରିଭଲ୍ୟୁସାନାରୀ ଗାର୍ଡ ସିରିଆର ସେହି ସ୍ଥାନରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି, ଯେଉଁ ସ୍ଥାନରେ ଇସଲାମିକ୍ ଷ୍ଟେଟ୍ ସହିତ ଜଡ଼ିତ ଲୋକ ରହୁଛନ୍ତି ।