ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିମାନବନ୍ଦରରେ ବିମାନ ଉଡାଣ ବିଳମ୍ବରେ ହେବ ବୋଲି ଘୋଷଣା କରୁଥିବା ପାଇଲଟଙ୍କୁ ଜଣେ ଯାତ୍ରୀ ଆକ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଥିପାଇଁ ବିମାନ ଯଦି କୌଣସି କାରଣରୁ ବିଳମ୍ବରେ ଉଡାଣ ଭରିବ ତେବେ ଏହି ସୂଚନା ଯାତ୍ରୀମାନଙ୍କୁ ଦିଆଯିବ । ମେସେଜ , ଇମେଲ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ସୂଚନା ଦିଆଯିବ । ଯଦି କୌଣସି ଯାତ୍ରୀ ବିଳମ୍ବ ହେବାର କାରଣ ପଚାରନ୍ତି ତ ସେମାନଙ୍କୁ ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା କର୍ମଚାରୀ ବିଳମ୍ବ ହେବାର କାରଣ କହିବେ । ଏହି ସମସ୍ତ ନିର୍ଦ୍ଦେଶନାମା ଡିଜିସିଏ ପକ୍ଷରୁ ଏସଓପି ଜାରି କରାଯାଇଛି ।