ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାମାଆଙ୍କୁ ପନିକିରେ ହାଣିଦେଲା ନୃଶଂସ ଝିଅ। ତେବେ ସୂଚନା ଅନୁଯାଇ,ଗତକାଲି ରାତିରେ ଖାଇବା ସମୟରେ ଝିଅ କୁନି ମୋବାଇଲରେ କଥା ହେଉଥିବାରୁ ପ୍ରଥମେ ମାଆ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ପନିକିରେ ଆକ୍ରମଣ କରିଥିଲେ। ବାପା ଏନେଇ ରୋକିବାରୁ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ବାପାମା’ଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ। ରଂଜିତ ଓ ବୁଦୁନିଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।