ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ଦେବାହାଲ ଛକରେ ଏକ ଯାତ୍ରୀବାହୀ ବସ୍କୁ ଏକ ବୁଲେଟ ବୋଝେଇ ଟ୍ରକ ଧକ୍କା ଦେଇଛି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଧକ୍କା ଦେଇଥିବା ଟ୍ରକ ବରଗଡରୁ ସମ୍ବଲପୁର ପଟକୁ ଆସୁଥିଲା।
ଅତାବିରା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ରାସ୍ତାରେ ସଡକ ଦୁର୍ଘଟଣା ନିତି ଦିନିଆ ଘଟଣା ହୋଇଗଲାଣି। ରାସ୍ତା ନିର୍ମାଣକାରୀ ସଂସ୍ଥା ଆସୋକା ୱିଲକାନର ଅସମ୍ପୂର୍ଣ୍ଣ ରାସ୍ତା କାମ ଯୋଗୁଁ ସଡ଼କ ଦୁର୍ଘଟଣା ଥମୁନି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏହି ସଂସ୍ଥା କାମକୁ ସଂପୂର୍ଣ୍ଣ କରୁନାହିଁ। ତେଣୁ ଜଣ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି।