28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଆମେରିକାରେ ୨ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଆମେରିକାରେ ୨ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନ୍ୟୁୟର୍କ : ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ଆମେରିକା ଯାଇଥିବା ୨ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ଆମେରିକା ପୁଲିସ୍ ଉଭୟ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରି ଭାରତ ପଠାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରୁଛି । ରିପୋର୍ଟ ଅନୁସାରେ ମୃତ ଦୁଇ ଯୁବକ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ର ସ୍ଥାୟୀ ବାସିନ୍ଦା ନିକେଶ (୨୧) ଏବଂ ତେଲେଙ୍ଗାନାର ୱାନାପାର୍ଥୀ ଅଞ୍ଚଳର ଜି ଦିନେଶ (୨୨) ।

୨୦୨୩ରେ ଦିନେଶ ଆମେରିକାର କନେକ୍ଟିକଟ୍ ଅଞ୍ଚଳକୁ ଆସିଥିଲେ ଏବଂ କିଛି ଦିନ ପରେ ନିକେଶ ଏଠାକୁ ଆସିଥିଲେ । ତେବେ ଏହି ଦୁଇ ଯୁବକ ନିଜ ଅଞ୍ଚଳରୁ ହିଁ ପରସ୍ପରକୁ ଚିହ୍ନିଥିଲେ ଏବଂ ଆମେରିକା ଯିବା ପରେ ଉଭୟ ଏକତ୍ର ରହୁଥିଲେ । କିନ୍ତୁ ସେମାନେ ରହୁଥିବା ବିଲ୍ଡିଂ ରୁମ୍‌ରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ମୃତ୍ୟୁ ସମ୍ପର୍କରେ ସେମାନଙ୍କ ଆମେରିକୀୟ ସହପାଠୀ ମଧ୍ୟ କିଛି ସୂଚନା ଦେଇପାରିନାହାନ୍ତି । ଆମେରିକାରୁ ଏହି ଦୁଇ ଛାତ୍ରଙ୍କ ମୃତଦେହ ଭାରତକୁ ଆଣିବା ପାଇଁ ଉଭୟଙ୍କ ପରିବାର ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking