20.1 C
Bhubaneswar
Monday, November 25, 2024
Homeଓଡିଶାନୋସାକା ହେଲା ଉସାକା; ବ୍ୟାପକ ଭାବେ ପାଳିବ ଫକୀରମୋହନଙ୍କ ଜୟନ୍ତୀ

ନୋସାକା ହେଲା ଉସାକା; ବ୍ୟାପକ ଭାବେ ପାଳିବ ଫକୀରମୋହନଙ୍କ ଜୟନ୍ତୀ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ନୋସାକା)ର ନାମ ପରିବର୍ତ୍ତନ ହୋଇଛି । ଏହାକୁ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ଉସାକା) ନାମରେ ନାମିତ କରାଗଲା ବୋଲି ଉପାଧ୍ୟକ୍ଷ ଡ. ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି । ଡ. ତ୍ରିପାଠୀ କହିଛନ୍ତି, ଗତ ୮ ବର୍ଷ ହେବ ଆମେ ଉତ୍ତର ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ନୋସାକା) ନାମରେ ଫକୀର ମୋହନ ଜୟନ୍ତୀ ପାଳନ କରି ଆସୁଥିଲୁ । ମାତ୍ର ପରେ ଆମ ସହ ରାଜ୍ୟର ଅନ୍ୟ ଜିଲ୍ଲାର ଭାଇ ଓ ଭଉଣୀମାନେ ଯୋଡି ହୋଇଛନ୍ତି ।

ବହୁ ଭାଇ ଓ ଭଉଣୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଡି ହେବା ପାଇଁ ଅନୁରୋଧ କରିଥିଲେ । ଯାହାକୁ ବିଚାର କରି ଶନିବାର ବୈଠକରେ ନାମ ପରିବର୍ତ୍ତନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସେହିପରି ଆସନ୍ତା ୧୫ ତାରିଖ ସକାଳ ୮ଟା ବେଳେ ଉତ୍କଳ ବିଶ୍ୱବିଽ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରତିବର୍ଷ ଭଳି ଚଳିତବର୍ଷ ଉସାକା ଫକୀରମୋହନ ଜୟନ୍ତୀ ବ୍ୟାପକ ଭାବେ ପାଳନ କରିବ ବୋଲି ଡ. ତ୍ରିପାଠୀ ସୂଚନା େଽଇଛନ୍ତି ।

ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉସାକାର ବୈଠକରେ ଡ. ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଉସାକାରେ ବିଧିବଦ୍ଧ ଭାବେ ସାମ୍ବାଦିକ ଅଶୋକ ସାହୁ ଯୋଗ ଦେଇଥିଲେ । ତାଙ୍କୁ ସଙ୍ଗଠନର ସଭାପତି ସରୋଜ ଦାଶ, ଉପାଧ୍ୟକ୍ଷ ରାମଜୀବନ ଗୋଚ୍ଛାୟତ, କାର୍ଯ୍ୟକାରୀ ସଭାପତି ବେଣୁଧର ବିଶ୍ୱାଳ ପ୍ରମୁଖ ସ୍ୱାଗତ କରିଥିଲେ । ଏହି ଅବସରରେ ସୌମ୍ୟରଞ୍ଜନ ପ୍ରଧାନ, ସୂର୍ଯ୍ୟ ନାରାୟଣ ମହାନ୍ତି, ସାଗର ଦାସ, ଅଶୋକ ନାୟକ, ବିଶ୍ୱଜିତ ଜେନା, ରୋଜା ଘୋଷ, ଲୋକେଶ ଜଗତ, ସତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking