26.1 C
Bhubaneswar
Tuesday, October 22, 2024
Homeସ୍ୱାସ୍ଥ୍ୟସ୍ବାସ୍ଥ୍ୟପାଇଁ ପାଇଁ ଉପଯୋଗୀ ଦହି

ସ୍ବାସ୍ଥ୍ୟପାଇଁ ପାଇଁ ଉପଯୋଗୀ ଦହି

ଭୁବନେଶ୍ୱର : ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ। ତେବେ ଆସନ୍ତୁ ଜାଣିବା ଦହି ଆମ ସ୍ବାସ୍ଥ୍ୟପାଇଁ କେତେ ଉପଯୋଗୀ । ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏହା ପାଚନ କ୍ରିୟାକୁ ମଧ୍ୟ ତ୍ବରିତ କରିଥାଏ । ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। ପ୍ରତିଦିନ ଦହି ଖାଇଲେ ପେଟ ଥଣ୍ଡା ରହିଥାଏ । ତେଣୁ ସମସ୍ତ ପ୍ରକାର ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ । ଦହି ଖାଇବା ଦ୍ବାରା ଶରୀରରେ ହାଡ ମଧ୍ୟ ମଜବୁତ୍ ହୋଇଥାଏ । ଦାନ୍ତ ଏବଂ ନଖକୁ ମଧ୍ୟ ଶକ୍ତ ରଖେ ଦହି । ଦହି ତ୍ୱଚା ଏବଂ କେଶ ଲାଗି ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ। ଦହିରେ ବେସନ ମିଶାଇ ଲଗାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ଦେଖାଯାଇଥାଏ। କେଶରେ ଦହି ଲଗାଇବା ଦ୍ବାରା ରୂପି ସମସ୍ୟା ମଧ୍ୟ ଦୂର ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking