25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର

ଅଯୋଧ୍ୟା: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଅଯୋଧ୍ୟା ନଗରୀ । ଏହି ସମୟରେ ହତଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତା ଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ ବୋଲି ମଧ୍ୟ ଗୁଇନ୍ଦା ବିଭାଗ ସତର୍କ କରାଇଛି । କିଛି ଅସାମାଜିକ ବ୍ୟକ୍ତି ଏହି ଭବ୍ୟ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାମ ମନ୍ଦିର। ଉଦ୍‌ଘାଟନ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ହାଇ ଆଲର୍ଟ ଜାରି ହୋଇଛି। କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କୁ ଟାର୍ଗେଟ କରାଯାଇପାରେ। କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଜରିଆରେ ଏହି ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗ ସତର୍କ କରିଛି। ଆଲର୍ଟ ପରେ କେନ୍ଦ୍ରୀୟ ଏଜେନ୍ସି କିଭଳି ଏହି ବିପଦକୁ ସାମ୍ନା କରାଯିବ ସେ ନେଇ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସିଙ୍କ ସହ ମିଳିତ ଭାବେ ବୈଠକ କରିଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ନିୟୋଜିତ ଥିବା ସମସ୍ତ ସୁରକ୍ଷା ଏଜେନ୍ସିଗୁଡିକୁ ଆଲର୍ଟ କରାଯାଇଛି। କୌଣସି ସନ୍ଦେହଜନକ ଜିନିଷ ଦେଖିଲେ କିମ୍ବା କାହା ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ରାମମନ୍ଦିରର ଉଦଘାଟନ ପାଇଁ ଅଯୋଧ୍ୟାରେ ସୁରକ୍ଷାବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ସିସିଟିଭି ଜରିଆରେ ପୂରା ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ଅଯୋଧ୍ୟାର ୟେଲୋ ଜୋନ୍‌ରେ ଏଆଇ ଆଧାରିତ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାରେ ଚେହେରା ଚିହ୍ନଟ ହେବା ସହ ସମସ୍ତ ତଥ୍ୟକୁ ବେଶ ସହଜରେ ଜାଣି ହେବ। ଏହାର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଖୋଲାଯାଇ ପୂରା ସହର ଉପରେ ନଜର ରଖାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking