31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଅଯୋଧ୍ୟା ରାମମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଜନ୍ମ ହେବେ ୩୩ ଶିଶୁ

ଅଯୋଧ୍ୟା ରାମମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଜନ୍ମ ହେବେ ୩୩ ଶିଶୁ

କାନପୁର: ଆସନ୍ତା ୨୨ ତାରିଖରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନେଇ ସମଗ୍ର ଉତ୍ତର ପ୍ରଦେଶ ଏକ ପ୍ରକାର ଉତ୍ସବମୁଖର ହୋଇଉଠିଛି। ଲୋକମାନେ ମଧ୍ୟ ଏହି ଦିବସକୁ ନିଜନିଜ ବ୍ୟବସ୍ଥାରେ ସ୍ମରଣୀୟ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଏହି କ୍ରମରେ ଅନେକ ପିତାମାତା ଏହି ଦିନ ନିଜର ସନ୍ତାନକୁ ଜନ୍ମ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପିତାମାତାଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କାନପୁରରେ ଏକାଧିକ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପ୍ରସବ ପାଇଁ ବ୍ୟବସ୍ଥା କରାଯାଇଛି। ଗଣେଶ ଶଙ୍କର ବିଦ୍ୟାର୍ଥୀ ମେମୋରିଆଲ୍ ମେଡିକାଲ୍ କଲେଜ ହସପିଟାଲ୍ର ପ୍ରସୂତୀ ବିଭାଗର କାର୍ଯ୍ୟକାରୀ ଅଧିକାରୀ ଡା. ସୀମା ଦ୍ବିବେଦୀ କହିଛନ୍ତି ଯେ ସେମାନଙ୍କ ନିକଟରେ ୨୨ ତାରିଖରେ ଅସ୍ତ୍ରୋପଚାର ପ୍ରସବ ନିମନ୍ତେ ୧୨ରୁ ୧୪ଟି ଲିଖିତ ଅନୁରୋଧ ଆସି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ସେହିଦିନ ୩୫ଟି ପ୍ରସବ ନିମନ୍ତେ ବ୍ୟବସ୍ଥା କରାଯାଇଛି। ମନସ୍ତତ୍ବବିଦ୍ ଦିବ୍ୟା ଗୁପ୍ତା ଲୋକଙ୍କ ଏଭଳି ବିଶ୍ବାସକୁ ନେଇ କହିଛନ୍ତି ଯେ ପବିତ୍ର ସମୟରେ ଜନ୍ମିତ ଶିଶୁଙ୍କ ବ୍ୟକ୍ତିତ୍ବ ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଅନେକ ସମୟରେ ମନୁଷ୍ୟ ଜୀବନର କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ଧର୍ମ ଓ ଆଧ୍ୟାତ୍ମିକତା ଶକ୍ତି ପ୍ରଦାନ କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking