27.1 C
Bhubaneswar
Saturday, October 19, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୧ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୧ ଗୁରୁତର

ପିପିଲି: ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାର ଖଣ୍ଡିଆଗିରି ଗ୍ରାମ ନିକଟରେ ଥିବା ସଫେଇନାଳ ପୋଲ ତଳକୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକ୍‌‌ ଖସି ପଡିବା କାରଣରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ୯ ତାରିଖ ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁରୀ ଦିଗରୁ ପିପିଲି ଅଭିମୁଖେ ଯାଉଥିବା ଏକ ବାଇକ୍‌‌ କୌଣସି କାରଣରୁ ଭାରସାମ୍ୟ ହରାଇ ଖଣ୍ଡିଆଗିରି ନିକଟରେ ଥିବା ସଫେଇନାଲ ପୋଲ ତଳକୁ ଖସି ପଡିଥିଲା। ବାଇକ୍‌‌ଟି ପୋଲର କଂକ୍ରିଟ୍‌‌ ବାଡରେ ଘସି ହୋଇ ପ୍ରାୟ ଶହେ ଫୁଟ୍‌‌ ଦୂରକୁ ଛିଟିକି ଯାଇ ତଳେ ପଡିଥିଲା।

ଖବର ପାଇ ପିପିଲି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲ ତଳୁ ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିପିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ସେହି ରାତିରେ ଉକ୍ତ ଯୁବକଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌‌ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking