24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଲାଇଭ୍‌ ପ୍ରସାରଣ ବେଳେ ଟିଭି ଷ୍ଟୁଡିଓରେ ପଶିଲେ ଦୁର୍ବୃତ୍ତ

ଲାଇଭ୍‌ ପ୍ରସାରଣ ବେଳେ ଟିଭି ଷ୍ଟୁଡିଓରେ ପଶିଲେ ଦୁର୍ବୃତ୍ତ

କ୍ବିଟୋ: ଇକ୍ବା​‌ଡୋରରେ ସ୍ଥିତି ବିଗିଡି ଯାଇଛି। ଏଠାରେ କିଛି ମୁଖାପିନ୍ଧା ଲୋକ ଏକ ଟିଭି ଚ୍ୟାନେଲ ସେଟ୍‌କୁ ହଠାତ୍‌ ପଶି ଆସିଥିଲେ। ଲାଇଭ୍ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ଦେଖାଇ ସେମାନେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ରାଷ୍ଟ୍ରପତି ଡାନିଏଲ ନୋବୋଆ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଘୋଷଣା କରିଛନ୍ତି ଯେ, ଦେଶ ‘ଆଭ୍ୟନ୍ତରୀଣ ସଶସ୍ତ୍ର ସଂଘର୍ଷ’ରେ ପ୍ରବେଶ କରିଛି।

ହବୁ ପରିମାଣର ବନ୍ଧୁକ ଓ ବିସ୍ଫୋରକ ଧରିଥିବା ବ୍ୟକ୍ତିମାନେ ବନ୍ଦରସହର ଗୁଆୟାକିଲ୍‌ରେ ଟିସି ଟେଲିଭିଜନର ଷ୍ଟୁଡିଓରେ ପଶିଥିଲେ ଓ ଚିଲ୍ଲାଇ କହିଥିଲେ ଯେ, ସେମାନଙ୍କ ପାଖରେ ବୋମା ଅଛି। ପଛରୁ ଗୁଳି ଫୁଟିଲା ପରି ଶବ୍ଦ ଶୁଣାଯାଉଥିଲା। ଗୁଳି ଶବ୍ଦ ମଧ୍ୟରେ ଜଣେ ମହିଳା ‘ଗୁଳି ମାର ନାହିଁ, ଦୟାକରି ଗୁଳି ମାର ନାହିଁ’ କହୁଥିବା ଶୁଣିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking