24.1 C
Bhubaneswar
Sunday, October 20, 2024
Homeଓଡିଶାକୋଇଲା ଖଣି ପାଇଁ ଚିନ୍ତା ବଢାଇଲା ଅନୁଗୁଳର ପ୍ରଦୂଷଣ

କୋଇଲା ଖଣି ପାଇଁ ଚିନ୍ତା ବଢାଇଲା ଅନୁଗୁଳର ପ୍ରଦୂଷଣ

ଭୁବନେଶ୍ୱର: ଚିନ୍ତା ବଢାଉଛି ଅନୁଗୁଳର ବାୟୁ ପ୍ରଦୂଷଣ । ଲଗାତର ଦ୍ୱିତୀୟ ଦିନ ପାଇଁ ଅନୁଗୁଳର ସ୍ଥିତି ସାଂଘାତିକ ସ୍ଥିତିରେ ରହିଛି । ସୋମବାର ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୫୨ ରହିଥିଲା । ଗତକାଲି ଏହା ୩୫୭ରେ ପହଂଚିଛି । ଅନୁଗୁଳ ଉପରକୁ କେବଳ ନୋଏଡାର ପ୍ରଦୂଷଣ ୩୫୯ ରହିଛି ।

ଶିଳ୍ପାନୁଷ୍ଠାନ, ଖଣି ଖନନ, ଅତ୍ୟଧିକ ଯାନବାହାନ ଚଳାଚଳ, ପାଉଁଶ ପରିବହନ, କୋଇଲା ଚାଲାଣ, କୋଇଲା ଦହନ ପ୍ରମୁଖ କାରଣ,  କିଛି କୋଇଲା ମାଫିଆ କୋଇଲା ଚୋରି କରି ପୋଡି ବିକ୍ରି କରୁଛନ୍ତି, କୋଇଲା ପୋଡିବା ବେଳେ ନିର୍ଗତ ଧୂଆଁ ବାୟୁ ମଣ୍ଡଳରେ ମିଶୁଛି,  କୋଇଲା ପରିବହନ ସମୟରେ କୋଇଲା ବୋଝେଇ ଗାଡ଼ି ଘୋଡା ଯାଉନାହିଁ, ପାଲ ଘୋଡାଯାଉନଥିବାରୁ ଗୁଣ୍ଡ ଉଡି ବାୟୁରେ ମିଶୁଛି, ଅନୁଗୁଳ ଜିଲ୍ଲାରେ ଏକାଧିକ ବୃହତ୍ ଇସ୍ପାତ କାରଖାନା ରହିଛି, ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଶକ୍ତି ଉତ୍ପାଦନ ପ୍ରକଳ୍ପ ମଧ୍ୟ ରହିଛି, କାରଖାନାକୁ ପ୍ରତିଦିନ ହଜାର ହଜାର ଭାରୀଯାନ ଚଳାଚଳ କରୁଛି, କାରଖାନାରୁ ବାହାରୁଥିବା ପାଉଁଶ ପରିବହନ ବାୟୁର ମାନକୁ ଖରାପ ସ୍ତରକୁ ନେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking