28.1 C
Bhubaneswar
Monday, October 21, 2024
Homeଦେଶ ବିଦେଶରାମଭକ୍ତିରେ ଲୀନ ୮୫ ବର୍ଷୀୟା ବୃଦ୍ଧା; ୩୧ ବର୍ଷ ମୌନବ୍ରତରେ ବ୍ରତୀ ସରସ୍ୱତୀ ଦେବୀ

ରାମଭକ୍ତିରେ ଲୀନ ୮୫ ବର୍ଷୀୟା ବୃଦ୍ଧା; ୩୧ ବର୍ଷ ମୌନବ୍ରତରେ ବ୍ରତୀ ସରସ୍ୱତୀ ଦେବୀ

ଅଯୋଧ୍ୟା: ହେ ରାମ, ହେ ରାମ….. । ଜୀବନ ତମାମ ଏହି ଗୋଟିଏ ମନ୍ତ୍ରକୁ ନିଜ ଜୀବନର ସାର କରିଥିବା ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କ ଅଗାଧ ରାମଭକ୍ତି ସମ୍ପର୍କରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସରସ୍ୱତୀ ଦେବୀ ନାମକ ଏହି ବୃଦ୍ଧାଜଣକ ଗତ ୩୧ ବର୍ଷ ଧରି ମୌନବ୍ରତ ଧାରଣ କରିଆସିଛନ୍ତି । ଦିନେ ନା ଦିନେ ଅଯୋଧ୍ୟାରେ ହିଁ ରାମ ମନ୍ଦିର ନିର୍ମାଣ ହେବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ବିଶେଷକରି ୧୯୯୨ରେ ଅଯୋଧ୍ୟାରେ ଯେତେବେଳେ ବାବ୍ରୀ ମସଜିଦ୍‌କୁ ଧ୍ୱସ୍ତ କରାଗଲା ତାଙ୍କର ଏହି ବିଶ୍ୱାସ ଆହୁରି ପରିପକ୍ୱ ହୋଇଯାଇଥିଲା । ସେବେଠାରୁ ସେ ଏହି ମୌନବ୍ରତ ରୂପୀ ସଂକଳ୍ପ ନେଇଥିଲେ । ଏବେ ଯେତେବେଳେ ୨୨ ଜାନୁଆରୀରେ ରାମମନ୍ଦିର ଉଦ୍‌ଘାଟନ ଓ ତାଙ୍କ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ଏବେ ସେ ଖୁସିରେ ନିଜ ମୌନବ୍ରତ ଭାଙ୍ଗିବେ ବୋଲି କହିଛନ୍ତି ।

ଝାଡଖଣ୍ଡର ଧାନବାଦ ଅଞ୍ଚଳ ନିବାସୀ ସରସ୍ୱତୀ ଦେବୀ, ଜଣେ ଧର୍ମପ୍ରାଣା ମହିଳା ଭାବେ ବେଶ୍ ଜଣାଶୁଣା । ସେ ସଦାସର୍ବଦା ରାମଭକ୍ତିରେ ଲୀନ ରହିଥାନ୍ତି । ଦୀର୍ଘ ୩୧ବର୍ଷର ସ୍ୱପ୍ନ ରାମମନ୍ଦିରକୁ ପାଖରୁ ଦର୍ଶନ କରିବାର ସୌଭାଗ୍ୟ ଲାଭ ଉଦ୍ଦେଶ୍ୟରେ ସରସ୍ୱତୀ ଦେବୀ ଏବେ ନିଜ ପରିବାର ସଦସ୍ୟଙ୍କ ସହ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ôଚସାରିଛନ୍ତି । ନିଜ ଜୀବଦଶାରେ ରାମଲାଲାଙ୍କୁ ରାମମନ୍ଦିର ମଧ୍ୟରେ ପୂଜାର୍ଚ୍ଚନା କରିବାର ଜୀବନର ଏହି ଶେଷ ଇଚ୍ଛା ଟିକକ ପୂରଣ ହେବ ବୋଲି ସରସ୍ୱତୀ ଦେବୀ ଆଶା ବାନ୍ଧିଛନ୍ତି ।

ସରସ୍ୱତୀ ଦେବୀଙ୍କ ସହ ଅଯୋଧ୍ୟା ଆସିଥିବା ତାଙ୍କ ସାନପୁଅ ନନ୍ଦଲାଲ ଅଗ୍ରୱାଲ କହିଛନ୍ତି, ତାଙ୍କ ମା’ ସେହି ଅଞ୍ଚଳରେ ମୌନୀମାତା ଭାବେ ଜଣାଶୁଣା । ସେ ସାଙ୍କେତିକ ଭାଷା ମାଧ୍ୟମରେ ପରିବାର ସଦସ୍ୟ କିମ୍ବା ତାଙ୍କ ପାଖକୁ ଆସୁଥିବା ରାମଭକ୍ତଙ୍କ ସହ କଥା ହୋଇଥାନ୍ତି । ମହନ୍ତ ନୃତ୍ୟ ଗୋପାଳ ଦାସଜୀଙ୍କ ପ୍ରେରଣାରେ ସେ ମୌନବ୍ରତ ଧାରଣ କରିଥିଲେ ଏବଂ ତାଙ୍କରି ପରାମର୍ଶକ୍ରମେ କିଛି ଦିନ ପର୍ଯ୍ୟନ୍ତ (୧୯୯୨ରୁ ୨୦୨୦ ପର୍ଯ୍ୟନ୍ତ) ସେ ଦିନରେ ମାତ୍ର ୧ ଘଣ୍ଟା ହିଁ କଥା ହେଉଥିଲେ ।

କିନ୍ତୁ ଯେତେବେଳେ ସୁପ୍ରିମକୋର୍ଟଙ୍କ ରାୟ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆସିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସେବେଠାରୁ ତାଙ୍କ ମା’ ସରସ୍ୱତୀ ଦେବୀ ପୁଣିଥରେ ପୂର୍ଣ୍ଣ ମୌନବ୍ରତ ଗ୍ରହଣ କରିଥିଲେ । ତାଙ୍କ ମା’ ସରସ୍ୱତୀ ଦେବୀ ଗତ ୭ ମାସ ଧରି ଚିତ୍ରକୂଟ ଠାରେ ତପସ୍ୟା କରିବା ସହ ଅନେକ ଥର ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରି ଫେରିଯାଉଥିଲେ । ତେବେ ମନ୍ଦିରରେ ସମର୍ପଣ ତାରିଖ ଘୋଷଣା ହେବା ଦିନ ଠାରୁ ସରସ୍ୱତୀ ଦେବୀ ବହୁତ ଖୁସିଥିବା ସାନପୁଅ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking