32.1 C
Bhubaneswar
Monday, October 21, 2024
Homeଦେଶ ବିଦେଶନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ; ଶୁଣାଣି ସମୟରେ ଓକିଲଙ୍କୁ ଚୌକିରେ ବସି ତର୍କ କରିବାକୁ କହିଲେ

ନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ; ଶୁଣାଣି ସମୟରେ ଓକିଲଙ୍କୁ ଚୌକିରେ ବସି ତର୍କ କରିବାକୁ କହିଲେ

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ ଆଜି ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି କରୁଥିବା ବେଳେ ରାଜୀବ ଧାୱନ୍ ନାମକ ଜଣେ ୭୭ ବର୍ଷୀୟ ଆଇନଜୀବୀଙ୍କୁ ଚୌକିରେ ବସି ତର୍କ ଉପସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋରସୋରରେ ହେବାରେ ଲାଗିଛି ।

କାରଣ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଅନ୍ତର୍ଗତ କୌଣସି କୋର୍ଟରେ ଯୁକ୍ତି ଉପସ୍ଥାପନ କରୁଥିବା କୌଣସି ଆଇନଜୀବୀଙ୍କୁ ଚୌକିରେ ବସି ଯୁକ୍ତି ରଖିବାର ପରମ୍ପରା ନାହିଁଁ । ବିଚାରପତିଙ୍କ ସମ୍ମୁଖରେ ଆଇନଜୀବୀଙ୍କୁ ଛିଡା ହୋଇ ଅତ୍ୟନ୍ତ ଭଦ୍ରୋଚିତ ଭାବେ ନିଜ ଯୁକ୍ତି ରଖିବାର ନ୍ୟାୟିକ ପରମ୍ପରା ପ୍ରଚଳିତ ହୋଇଆସୁଛି । ତେବେ ଏସବୁ ପରମ୍ପରା ଠାରୁ ଊର୍ଦ୍ଧ୍ୱକୁ ଉଠି ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ, ଜଣେ ବରିଷ୍ଠ ଆଇନ୍‌ଜୀବୀଙ୍କୁ ଚୌକିରେ ବସି ତର୍କ ରଖିବାକୁ ଅନୁମତି ଦେଇଛନ୍ତି ।

ରିପୋର୍ଟ ଅନୁସାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ୭ଜଣିଆ ଖଣ୍ଡପୀଠଙ୍କ ସମ୍ମୁଖରେ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ଭଳି ମାମଲାର ଶୁଣାଣି ହୋଇଥିଲା । ଏହି ଖଣ୍ଡପୀଠର ଅଧ୍ୟକ୍ଷତା ନିଜେ ସିଜେଆଇ ଚନ୍ଦ୍ରଚୂଡ ଗ୍ରହଣ କରିଥିଲେ ।

ତେବେ ଶୁଣାଣି ସମୟରେ ରାଜୀବ ଧାୱନ୍ ବାରମ୍ବାର ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବା ଦର୍ଶାଉଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସିଜେଆଇ ତାଙ୍କୁ ଚୌକିରେ ବସି ତର୍କ ଉପସ୍ଥାପନ କରିବାକୁ ଅନୁମତି ଦେଇଥିଲେ । ପ୍ରକାଶ, ଏହି ଖଣ୍ଡପୀଠରେ ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ବ୍ୟତୀତ ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜେବି ପାରଦିୱାଲା, ଜଷ୍ଟିସ୍ ଦୀପଙ୍କର ଦତ୍ତ, ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନ୍ ପ୍ରମୁଖ ସାମିଲ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking