25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଭାରତ-ମାଳଦ୍ୱୀପ ବିବାଦ; ଭାରତ ସମର୍ଥନରେ ଦାନିସ୍ କାନେରିୟା

ଭାରତ-ମାଳଦ୍ୱୀପ ବିବାଦ; ଭାରତ ସମର୍ଥନରେ ଦାନିସ୍ କାନେରିୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗ୍ରସ୍ତ ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦେଖାଦେଇଥିବା ବିବାଦରେ ପାକିସ୍ତାନର ଏଣ୍ଟ୍ରି ହୋଇଛି । ଅସଲରେ ପୂର୍ବତନ ପାକିସ୍ତାନୀ କ୍ରିକେଟର୍ ଦାନିସ୍ କାନେରିୟା ଏହି ବିବାଦକୁ ନେଇ ଭାରତ ସମର୍ଥନରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ କରିଛନ୍ତି । ଏହି ପୋଷ୍ଟ୍‌ରେ କାନେରିୟା ଲାକ୍ଷାଦ୍ୱୀପର ଫଟୋ ସହିତ ଏକ ଇମୋଜି ଶେୟାର୍ କରିଛନ୍ତି । ଏହି ପୋଷ୍ଟ ଜରିଆରେ ସେ ଇଙ୍ଗିତରେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପଠାରୁ ଉନ୍ନତ ବୋଲି ଦର୍ଶାଇଛନ୍ତି । ଏବେ କାନେରିୟାଙ୍କ ଏହି ପୋଷ୍ଟ୍ ସୋସିଆଲ୍ ମିଡିଆରେ ଭାରରାଲ୍ ହେବାରେ ଲାଗିଛି । ୟୁଜର୍ସ ଲଗାତାର କମଣ୍ଟେ୍‌ସ କରି ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ଅବଶ୍ୟ କାନେରିଆର ଭାରତର ସମର୍ଥନ କରିବା ଏହା ପ୍ରଥମ ଘଟଣା ନୁହେଁ । ସୋସିଆଲ୍ ମିଡିଆରେ କାନେରିୟା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ବିଭିନ୍ନ ପୋଷ୍ଟ୍ କରିଥାନ୍ତି । ଏହା ପୂର୍ବରୁ ମଧ୍ୟ ଭାରତର ବହୁ କ୍ରିକେଟର୍ ମାଳଦ୍ୱୀପ ମନ୍ତ୍ରୀମାନଙ୍କ ବିବାଦୀୟ କମେଣ୍ଟ୍‌କୁ ନେଇ ଆକ୍ରୋଶ ପ୍ରକାଶ କରିଛନ୍ତି । ଏହି ତାଲିକାରେ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ୍‌, ସୁରେଶ ରାଇନା, ଇର୍ଫାନ୍ ପଠାନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧୱନ୍‌ଙ୍କ ପରି ବଡ଼ ନାମ ସାମିଲ । ଭାରତୀୟ କ୍ରିକେଟର୍‌ଙ୍କ ବ୍ୟତୀତ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ମାଳଦ୍ୱୀପ ବିରୋଧରେ ଆକ୍ରୋଶ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking