25.1 C
Bhubaneswar
Sunday, October 20, 2024
Homeଓଡିଶାଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ବେଳେ ହେବ ଭିଡ; କରୋନା ବ୍ୟାପିବା ଆଶଙ୍କା କରି ହାଇକୋର୍ଟରେ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ବେଳେ ହେବ ଭିଡ; କରୋନା ବ୍ୟାପିବା ଆଶଙ୍କା କରି ହାଇକୋର୍ଟରେ ମାମଲା

କଟକ: ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ବେଳେ ପ୍ରବଳ ଜନ ସମାଗମକୁ ରୋକିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଜନ ସମାଗମକୁ ରୋକା ନ ଗଲେ କରୋନା ବ୍ୟାପିବା ଆଶଙ୍କା ରହିଛି ଦର୍ଶାଇ ରାଜ୍ୟ ସରକାର ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କାର୍ଯ୍ୟକ୍ରମ କରିବାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆବେଦନ କରାଯାଇଛି ।

୨୦ କୋଟି ଟଙ୍କା ଖର୍ଚ୍ଚ କରି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଲୋକଙ୍କୁ ପୁରୀ ଆଣିବାକୁ ନିଷ୍ପତ୍ତି ନେଇଛନ୍ତିି । ଫଳରେ ପୁରୀରେ ୧୭ ତାରିଖ ଦିନ ଅସମ୍ଭବ ଭିଡ ହେବ । ଏହି କାରଣରୁ କରୋନାର ନୂଆ ଭୁତାଣୁ ବ୍ୟାପିବାର ବହୁତ ଆଶଙ୍କା ରହିଛି ବୋଲି ରୁଜୁ ମାମଲାରେ କୁହାଯାଇଛି । ଏପରି କ୍ଷେତ୍ରରେ ୧୭ ତାରିଖ ଦିନ ପୁରୀରେ ହେବାକୁ ଥିବା ପ୍ରବଳ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟ ଉପଯୁକ୍ତ ନିର୍ଦ୍ଦେଶ ଦିଅନ୍ତୁୁ ବୋଲି ଆବେଦନରେ ଦର୍ଶାଯାଇଛି ।

ଉଦ୍‌ଘାଟନ ଦିନ ଗ୍ରାମାଞ୍ଚଳରୁ ଲୋକଙ୍କୁ ନେଇ ପୁରୀରେ ଠୁଳ କରିବା କେବଳ ଭୋଟ ସର୍ବସ୍ୱ ରାଜନୀତି ବୋଲି କୁହାଯାଇଛି । ଏହି ଦିନ ପୁରୀରେ ଲୋକଙ୍କୁ ଠୁଳ ନ କଲେ ବି ଜଗନ୍ନାଥ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ମାମଲାରେ ଦର୍ଶାଯାଇଛି । ମାମଲାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ପାଳନ କରିବା ପାଇଁ ରାଜ୍ୟ ସରକାର ରାଜକୋଷରୁ ୧୩୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତିି ।

ଅନ୍ୟପକ୍ଷରେ ଜଗନ୍ନାଥ ମନ୍ଦିର ଚର୍ତ୍ତୃପାଶ୍ୱ ରାସ୍ତା ନିର୍ମାଣ ଓ ୪ଟି ଶୌଚାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର କିଭଳି ୧୫୫.୮୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତ ତାହାର ତଦନ୍ତ ହେବା ଜରୁରୀ ବୋଲି ମଧ୍ୟ କୁହାଯାଇଛି । । ରାଜ୍ୟ ସରକାର ରାଜନୈତିକ ଉଦେଶ୍ୟ ରଖି ୨୦୨୪ ନିର୍ବାଚନରେ ଭୋଟ ପାଇବାକୁ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତିି ବୋଲି ମାମଲାରେ ଅଭିଯୋଗ କରାଯାଇଛି ।

ଏହି ମାମଲାରେ ଦର୍ଶାଯାଇଛି ଯେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଲୋକଙ୍କୁ ନଯିବା ପାଇଁ ପ୍ରଧାନମନ୍ତ୍ରୀ ଅପିଲ କରିଥିବା ବେଳେ ରାଜ୍ୟ ସରକାର ଏହାର ବିପରୀତ କାର୍ଯ୍ୟକ୍ରମ କରୁଛନ୍ତିି । ଏହି ମାମଲାରେ ପଞ୍ଚୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ଅର୍ଥ ବିଭାଗ ସଚିବ, ମୁଖ୍ୟ ପ୍ରଶାସକ ପୁରୀ, ପୁରୀ ଜିଲ୍ଲାପାଳ, ପୁରୀ ଏସପି ଓ ଶ୍ରୀମନ୍ଦିର ଥାନା ଅଧିକାରୀ ପ୍ରମୁଖକୁ ପକ୍ଷଭୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking