31.1 C
Bhubaneswar
Sunday, October 20, 2024
Homeଅପରାଧପ୍ରଫେସରଙ୍କ ବିରୋଧରେ ୫୦୦ ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ

ପ୍ରଫେସରଙ୍କ ବିରୋଧରେ ୫୦୦ ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ

ଚଣ୍ଡିଗଡ: ହରିୟାଣାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ଚୌଧୁରୀ ଦେବୀ ଲାଲ୍ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରଫେସର ଛାତ୍ରୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରି ପାଖାପାଖି ୫୦୦ ଜଣ ଛାତ୍ରୀ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ମାମଲାରେ ଜଣେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ତଦନ୍ତ କରିବା ସହ ସମ୍ପୃକ୍ତ ପ୍ରଫେସରକୁ ନିଲମ୍ବିତ କରିବା ପାଇଁ ସେମାନେ ଦାବି କରିଛନ୍ତି । ହରିୟାଣାର ପ୍ରତିଷ୍ଠିତ ଚୌଧୁରୀ ଦେବୀ ଲାଲ୍ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି ।

ପ୍ରଫେସର ଛାତ୍ରୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସେମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏ ବିଷୟରେ କାହା ଆଗରେ ପ୍ରକାଶ କଲେ କିମ୍ବା ଅଭିଯୋଗ କଲେ ପରିଣାମ ଭୟଙ୍କର ହେବା ନେଇ ଧମକ ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାର ତଦନ୍ତ ଓ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ୱବିଦ୍ୟାଳୟର ପାଖାପାଖି ୫୦୦ ଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଏକ ଚିଠି ଲେଖିଛନ୍ତି । ଆଉ ମଧ୍ୟ ଏହି ଚିଠିର କପି ବିଶ୍ୱବିଦ୍ୟାଳୟର କୁଳପତି ଅଜମେର ସିଂହ ମଲ୍ଲିକ, ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ରାଜ୍ୟ ଗୃହମନ୍ତ୍ରୀ ଅନିଲ ଭିଜ୍‌, ମହିଳା କମିଶନର ମୁଖ୍ୟ ରେଖା ଶର୍ମା ଓ ଅନ୍ୟମାନଙ୍କୁ ମଧ୍ୟ ଦିଆଯାଇଥିବା ଜଣାପଡିଛି ।

ଏହି ଚିଠି ଅନୁଯାୟୀ, ପ୍ରଫେସର ଜଣକ ଛାତ୍ରୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ବାଥରୁମ୍ ନେଇ ସେମାନଙ୍କ ସହ ଅଶ୍ଲୀଳ ବ୍ୟବହାର କରିଥାନ୍ତି । ଏହାକୁ ବିରୋଧ କଲେ ପରିଣାମ ବହୁତ ଭଙ୍କୟର ହେବ ବୋଲି ସେ ଛାତ୍ରୀମାନଙ୍କୁ ଧମକ ଦେଇଥାନ୍ତି । ଏପରି ମାସ ମାସ ଧରି ସେମାନଙ୍କ ସହ ଦୁର୍ବ୍ୟବାହର କରାଯାଉଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଚିଠିକୁ ନେଇ ବିଶ୍ୱବିଦ୍ୟାଳୟର ଭିସି କହିଛନ୍ତି, “ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । ମାମଲାର ତଦନ୍ତ ପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି । ଛାତ୍ରୀମାନଙ୍କ ବୟାନ ରେର୍କଡ କରାଯାଇଛି । ଅନ୍ୟପଟେ ଏଡିଜିପି ଶ୍ରୀକାନ୍ତ ଯାଦବ କହିଛନ୍ତି, “ଏଏସପି ଦିପ୍ତୀ ଗର୍ଗଙ୍କ ଅଧିନରେ ଏକ ତଦନ୍ତ କମିଟି ଗଠନ କରାଯାଇ ଏହି ମାମଲାର ତଦନ୍ତ କରାଯାଉଛି । ଛାତ୍ରୀମାନଙ୍କ ବୟାନ ରେକର୍ଡ କରାଯାଇଛି । ଏସସପିଙ୍କ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking