32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଭୋପାଳ ଆଶ୍ରୟଗୃହରୁ ୨୬ ଝିଅ ନିଖୋଜ ଘଟଣା : ୨ ଅଧିକାରୀ ନିଲମ୍ବିତ

ଭୋପାଳ ଆଶ୍ରୟଗୃହରୁ ୨୬ ଝିଅ ନିଖୋଜ ଘଟଣା : ୨ ଅଧିକାରୀ ନିଲମ୍ବିତ

ଭୋପାଳ : ଭୋପାଳସ୍ଥିତ ଏକ ବେଆଇନ ଶିଶୁଗୃହରୁ ନିଖୋଜ ହୋଇଥିବା ସମସ୍ତ ୨୬ ଜଣ ଝିଅଙ୍କୁ ମଧ୍ୟପ୍ରଦେଶ ପୁଲିସ ଶନିବାର ଠାବ କରିଛି। ଏହି ମାମଲାରେ ଦୁଇ ଜଣ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଆଦମପୁର ଚାୱନି ଅଞ୍ଚଳରୁ ୧୦ ଜଣ, ବସ୍ତି ଅଞ୍ଚଳରୁ ୧୩ ଜଣ, ତୋପ ନଗରରୁ ୨ ଜଣ ଓ ରାଇସେନରୁ ଜଣେ ନାବାଳିକା ମିଳିଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଭୋପାଳ ଉପକଣ୍ଠ ପରୱାଲିଆ ଅଞ୍ଚଳରେ ଥିବା ଆଞ୍ଚଲ ବାଳିକା ହଷ୍ଟେଲକୁ ଅଚାନକ ପରିଦର୍ଶନ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଆଶ୍ରୟଗୃହର ରେଜିଷ୍ଟର ଯାଞ୍ଚ କରିବା ପରେ କାନୁନଗୋ ଜାଣିବାକୁ ପାଇଥିଲେ ଯେ ଏଥିରେ ୬୮ ଜଣ ଝିଅ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣ ନିଖୋଜ ଅଛନ୍ତି। ଯୁବତୀମାନେ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରୁ ଆସିଥିଲେ।କାନୁନଗୋଙ୍କ କହିବା ଅନୁଯାୟୀ, ଶିଶୁ ଗୃହ ପରିଚାଳନା କରୁଥିବା ଜଣେ ମିସନାରୀ କିଛି ପିଲାଙ୍କୁ ରାସ୍ତାରୁ ଉଦ୍ଧାର କରି ବିନା ଲାଇସେନ୍ସରେ ଆଶ୍ରୟଗୃହ ଚଳାଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଦ୍ଧାର ହୋଇଥିବା ପିଲାମାନଙ୍କୁ ଗୁପ୍ତଭାବରେ ଘରେ ରଖାଯାଇଥିଲା ଏବଂ ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମ ପାଳନ କରିବାକୁ ବାଧ୍ୟ କରାଯାଇଥିଲା। ନିଖୋଜ ହୋଇଥିବା ସମସ୍ତ ନାବାଳିକା ଶିଶୁ କଲ୍ୟାଣ ସମିତିର ବିନା ନିର୍ଦ୍ଦେଶରେ ରହୁଥିଲେ। ଏତଲା ଦାୟର ହେବା ପରେ ଶନିବାର ଦୁଇ ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାରେ ଅବହେଳା ଅଭିଯୋଗରେ ବ୍ରଜେନ୍ଦ୍ର ପ୍ରତାପ ସିଂହ ଓ କୋମଲ ଉପାଧ୍ୟାୟଙ୍କୁ ନିଲମ୍ବନ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ସୁନୀଲ ସୋଲାଙ୍କି ଏବଂ ବିଭାଗର ସହକାରୀ ନିର୍ଦ୍ଦେଶକ ରାମଗୋପାଳ ଯାଦବଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking