ଭୁବନେଶ୍ଵର: ଓଡିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘର ପରିବାର। ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳାବାଘ ବିରଳ ପ୍ରଜାତିରା ଏହି ବାଘ ଶରୀରରେ ମୋଟା ମୋଟା ବହଳ କଳାପଟି ରହିଛି। ଏହା ସଂପୂର୍ଣ୍ଣ ସ୍ୟୁଡୋ ମେଲାନିଷ୍ଟିକ ଟାଇଗର ପରିବାରର। ପ୍ରକୃତି ଆମକୁ ସବୁବେଳେ ଚମକୃତ କରିଥାଏ। ଓଡ଼ିଶା ଜଙ୍ଗଲରେ ଠାବ ହୋଇଥିବା କଳାବାଘ ବିରଳରୁ ବିରଳତମ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ ଓ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।ଏବେ କିଛି ଦିନ ତଳେ ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ କ୍ୟାମେରା ଲେନ୍ସରେ କଳା ବାଘ ଠାବ ହୋଇଥିଲା ।