19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଫେଣ୍ଟାନିଲ ଇଞ୍ଜେକ୍‌ଶନ ବଦଳରେ ପାଣି :୧୦ ରୋଗୀ ମୃତ

ଫେଣ୍ଟାନିଲ ଇଞ୍ଜେକ୍‌ଶନ ବଦଳରେ ପାଣି :୧୦ ରୋଗୀ ମୃତ

ୱାଶିଂଟନ : ଆମେରିକାର ଓରେଗନ୍ ହସ୍ପିଟାଲକୁ ଯୋଗାଇଦିଆଯାଉଥିବା ଯନ୍ତ୍ରଣା ଉପଶମ ଇଞ୍ଜେକ୍‌ଶନ ଫେଣ୍ଟାନିଲ୍ ଇଣ୍ଟ୍ରାଭେନସ୍ (ଆଇଭି) ସ୍ଥାନରେ ଜଣେ ନର୍ସ ଷ୍ଟେରିଲାଇଜ୍ ହୋଇ ନ ଥିବା ଟ୍ୟାପ୍ ପାଣିକୁ ଇଞ୍ଜେକ୍‌ଶନ ଭାବେ ରୋଗୀଙ୍କୁ ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଫେଣ୍ଟାନିଲ୍ ଆଇଭିର ଅପବ୍ୟବହାର କରାଯାଇଥିବାବେଳେ ଏହାକୁ ଲୁଚାଇବାକୁ ଯାଇ ନର୍ସ ରୋଗୀଙ୍କୁ ଇଞ୍ଜେକ୍‌ଶନ ଦେବାରେ ପାଣି ବ୍ୟବହାର କରୁଥିଲେ ।

ମେଡ୍‌ଫୋର୍ଡସ୍ଥିତ ଆସାଣ୍ଟେ ରୋଗ୍ୟୁ ରିଜିଅନାଲ ମେଡିକାଲ ସେଣ୍ଟରରେ ଏହି ଘଟଣା ଘଟିଛି । ପୋଲିସ ଏବେ ଫେଣ୍ଟାନିଲ୍ ଆଇଭି ଚୋରିର ତଦନ୍ତ ଚଳାଇଛି । ହସ୍ପିଟାଲର ଜଣେ ପୂର୍ବତନ କର୍ମଚାରୀ ଉକ୍ତ ଇଞ୍ଜେକ୍‌ଶନକୁ ଚୋରି କରିଥିବା ବିଶ୍ୱାସ କରି କର୍ତ୍ତୃପକ୍ଷ ଗତ ମାସରେ ପୋଲିସକୁ ଜଣାଇଥିଲେ । ୨୦୨୨ ଆରମ୍ଭରୁ ହସ୍ପିଟାଲରେ ଫେଣ୍ଟାନିଲ୍‌ର ବାଟମାରଣା ହେଉଥିବାବେଳେ ଏହାକୁ ଲୁଚାଇବା ପାଇଁ ରୋଗୀଙ୍କୁ ନର୍ସ ଷ୍ଟେରିଲାଇଜ୍ ହୋଇ ନ ଥିବା ଟ୍ୟାପ୍ ପାଣିକୁ ଇଞ୍ଜେକ୍‌ଶନ ଭାବେ ଦେଉଥିଲେ । ଫଳରେ ସଂକ୍ରମିତ ହୋଇ ରୋଗୀଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking