29.1 C
Bhubaneswar
Friday, October 18, 2024
Homeଓଡିଶାହାଇଟେକ୍ ଟ୍ରାଜେଡି : ଥାନାରେ ଏତଲା ଦେଲେ ଦିଲୀପଙ୍କ ମା 

ହାଇଟେକ୍ ଟ୍ରାଜେଡି : ଥାନାରେ ଏତଲା ଦେଲେ ଦିଲୀପଙ୍କ ମା 

ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା । ଦିଲ୍ଲୀପଙ୍କ ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ । ତେବେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ତୃତୀୟ ମୃତ ବ୍ୟକ୍ତ ଜଣଙ୍କ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ । ତେବେ ଗତକାଲି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବା କୁହାଯାଇଥିଲା । ହେଲେ ରାତି ଗୋଟାଏରେ ଦିଲ୍ଲୀପଙ୍କ ସହ କଥା ହୋଇଥିଲେ ତାଙ୍କ ମାଆ । କିନ୍ତୁ ରାତି ୩ ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିଚୟ କୁ ନେଇ ଏବେ ବି ମୃତ୍ୟୁ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ, ପରିଚୟ ପାଇଁ ମୃତଦେହର ହୋଇପାରେ ଡିଏନଏ ଟେଷ୍ଟ । ଡିଏନଏ ଟେଷ୍ଟ କରାଯାଇ ପରିଚୟ ସ୍ପଷ୍ଟ ହେଲା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking