31.1 C
Bhubaneswar
Friday, October 18, 2024
Homeଓଡିଶାମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର

ରାୟଗଡ଼ା : ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର। ଦୁର୍ଘଟଣା ପରେ ଚମ୍ପଟ ମାରୁଥିବା ବେଳେ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ମନ୍ତ୍ରୀଙ୍କୁ ମାଡ଼ି ବସିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି।ସିକରପାଇ ଗାଁରେ ଭଲିବାଲ୍‌ ଟୁର୍ଣ୍ଣାମେଣ୍ଟରେ ଅତିଥିଭାବେ ଯୋଗଦେବା ପାଇଁ ଯାଇଥିଲେ ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା। ସେଠାରୁ ଫେରିବା ବେଳେ ବେଲକଣା ଛକଠାରେ ଜଣେ ନାବାଳକକୁ ଧକ୍କା ଦେଇଥିଲା ମନ୍ତ୍ରୀଙ୍କ ଗାଡ଼ି। ଦୁର୍ଘଟଣା ପରେ ମନ୍ତ୍ରୀଙ୍କ ଗାଡ଼ି ଦ୍ରୁତ ଗତିରେ ପଳାଇ ଯିବାକୁ ଚେଷ୍ଟା କରୁଥିଲେ। ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ଥିଲେ ସ୍ଥାନୀୟ ଲୋକେ। ଯାହା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ମନ୍ତ୍ରୀ ନାବାଳକଙ୍କୁ ନିଜ ଗାଡ଼ିରେ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ନାବାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking