29.1 C
Bhubaneswar
Saturday, October 5, 2024
Homeଓଡିଶାଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ

ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ

ଭବାନୀପାଟଣା:  ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଙ୍କ ଅଧ୍ଯକ୍ଷତାରେ ଆଗାମୀ ଫେବୃୟାରୀ ୧୦ ରୁ ଫେବୃଆରୀ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ଜାତୀୟ ଫାଇଲେରିଆ ନିରାକରଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ଡାକ୍ତର ସୁଚେତା ପାଣି ସହ ଜିଲ୍ଲାର ଅନ୍ୟ ବିଭାଗୀୟ ଅଧିକାରୀ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ ଓ ଡ ଦେବୀ ପ୍ରସାଦ ମହାପାତ୍ର ଏବଂ ଡ ରଞ୍ଜନ ମିତ୍ର, ଡି ଏସ ଡବ୍ଲୁ ଓ ମମତା ଦାସ, ଡି ଆଇ ପି ଆର୍ ଓ ମନୋଜ ବେହେରା , ନର୍ଲା ଓ ଜୁନାଗଡ ବ୍ଲକ୍ ର ସି ଡି ପି ଓ ତଥା ସ୍ବାସ୍ଥ୍ୟ ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଡବ୍ଲୁ ଏଚ ଓ ପରାମର୍ଶଦାତା ଡଃ ଶ୍ୟାମ ଉକ୍ତ ବୈଠକରେ କାର୍ଯ୍ୟକ୍ରମ ର ଯୋଜନା ପି ପି ଟି ମାଧ୍ୟମରେ ଉପସ୍ଥାପନା କରିଥିଲେ ।

ଏହି କାର୍ଯ୍ୟକ୍ରମ ଜୁନାଗଡ ଏନ୍ ଏ ସି ଓ ନର୍ଲା ବ୍ଲକରେ ଅନୁଷ୍ଠିତ ହେବ । ଏଥିରେ ୨ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା ଓ ଅତ୍ୟନ୍ତ ରୋଗାକ୍ରାନ୍ତ କୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ଡିଇସି ଟାବ୍ଲେଟ ଓ ଆଲବେଣ୍ଡାଯୋଲ ଔଷଧ ବଣ୍ଟନ କରାଯିବ । ୨୦୨୩-୨୪ ମସିହା ରେ ସର୍ଭେରେ ନର୍ଲା ବ୍ଲକ୍ ରେ ୯ ଓ ଜୁନାଗଡ ଏନ୍ ଏ ସି ରେ ୧୧ ଫାଇଲେରିଆ ରୋଗର ଲକ୍ଷଣ ଜଣାପଡିଥିଲା। ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଟିମ ଦ୍ବାରା ଇଭର୍ମେଟିନ୍ ଟାବ୍ଲେଟ ଉଚ୍ଚତା ଅନୁସାରେ ଘରକୁ ଘର ବୁଲି ଲୋକଙ୍କୁ ସେବନ କରାଯିବ । ମୋବାଇଲ ଟୀମ ମାଧ୍ୟମରେ ମଧ୍ୟ କାର୍ଯ୍ୟଳୟ ଅଫିସ , ହାଟ,ସ୍କୁଲ ଅଞ୍ଚଳରେ ବୁଲି ବୁଲି ଔଷଧ ସେବନ କରାଯିବ । ଡଃ ରଞ୍ଜନ ମିତ୍ର ଉପସ୍ଥିତ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରି କଳାହାଣ୍ଡି କୁ ଫାଇଲେରିଆ ମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking