29.1 C
Bhubaneswar
Sunday, October 6, 2024
Homeଅପରାଧଝିଅକୁ ଗୁଳି କରି ହତ୍ୟା କଲା ନୃଶଂସ ବାପା

ଝିଅକୁ ଗୁଳି କରି ହତ୍ୟା କଲା ନୃଶଂସ ବାପା

ଚଣ୍ଡିଗଡ: ରାକ୍ଷସ ସାଜିଲା ବାପା । ନିଜ ଝିଅକୁ କଲା ବୀଭତ୍ସ ହତ୍ୟା । ହରିୟାଣାର ପାନିପଥରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପାନିପଥର ସମଲଖାର ପାଟିକାଲୟାନା ଗ୍ରାମରେ ଜଣେ ବାପା ଅତି ନିର୍ମମ ଭାବେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ, ଅନିଲ ଗୁଜ୍ଜର ନାମକ ବ୍ୟକ୍ତି ଜଣକ ଗୁଳି ଚଳାଇଥିଲେ । ଆଉ ଗୁଳିମାଡ଼ର ଶିକାର ହୋଇଛି ତାଙ୍କ ଝିଅ ଭାବନା । ଚିକିତ୍ସା ପାଇଁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ଜୀବନ ଯାଇଛି ।ଏହି ଗୁଳିକାଣ୍ଡ ସମୟରେ ଝିଅ ଭାବନା ଓ ଜେଜେବାପା ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ, ଉଭୟ ଘରେ ଥିବା ସମୟରେ ହଠାତ୍ ଅଭିଯୁକ୍ତ ଅନିଲ ଘର ଭିତରକୁ ପ୍ରବେଶ କରିଥିଲେ । ଆଉ ଅତର୍କିତ ଗୁଳିଚାଳନା କରିଥିଲେ । ପାଖାପାଖି ୫ଟି ଗୁଳି ତାଙ୍କ ପିସ୍ତଲରୁ ଫୁଟିଥିବା କୁହାଯାଉଛି । ଆଉ ଏହି ଗୁଳିମାଡ଼ର ଶିକାର ହୋଇ ଝିଅ ଭାବନା ପ୍ରାଣ ହରାଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, “ଅନିଲ ଦୀର୍ଘ ଦିନ ଧରି ଚିନ୍ତାରେ ରହୁଥିଲେ । ତାଙ୍କର ମାନସିକ ସ୍ଥିତି ଠିକ ନଥିଲା । ଝିଅ ଠିକରେ ପଢାପଢି କରୁନଥିବାରୁ ମଧ୍ୟ କ୍ଷୋଭ ପ୍ରକାଶ କରୁଥିଲେ ।

ଏହାଛଡା ଘରକାମକୁ ନେଇ ତାଙ୍କ ପରିବାରରେ ଅଶାନ୍ତି ଲାଗି ରହୁଥିଲା । ଝିଅ ସହ ପାଟିତୁଣ୍ଡ ହୋଇଥିବା ସନ୍ଦେହ କରୁଛନ୍ତି ପଡୋଶୀ । ଯେଉଁ କାରଣରୁ ସେ ଝିଅ ଉପରକୁ ଗୁଳି ଚଳାଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅନିଲ ଘରକୁ ଆସିବା ବେଳେ ଝିଅ ସହ ବଚସା ହୋଇଥିଲା । ଯେଉଁଥିପାଇଁ ସେ ରାଗ ଜର୍ଜରିତ ହୋଇ ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକ ବାହାର କରି ନିଜ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରୁଥିଲେ । ଯାହାକୁ ରୋକିବାକୁ ଯାଇଥିଲା ଝିଅ ଭାବନା । ଆଉ ଅନିଲ ରାଗରେ ଝିଅ ଉପରକୁ ୫ ରାଉଣ୍ଡ ଗୁଳିଚାଳନା କରିଥିବା କୁହାଯାଉଛି । ତେବେ ବାପାଙ୍କୁ ବଞ୍ଚାଇବାକୁ ଯାଇ ଶେଷରେ ଝିଅ ସବୁଦିନ ପାଇଁ ଆଖି ବୁଜିଛି । ସେପଟେ ପୋଲିସ ଅଭିଯୁକ୍ତ ଅନିଲ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking