29.1 C
Bhubaneswar
Friday, October 18, 2024
Homeଓଡିଶାଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମାଲକାନଗିରି : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଏମ୍‌ଭି ୪୨ ସ୍ଥିତ ଏକ ଗୋଦାମ ଭିତରେ ଥିବା ଶୌଚାଳୟରୁ ମୃତଦେହକୁ ଠାବ କରାଯାଇଛି । ମୃତକ ଏମ୍‌ଭି ୯ ଗାଁରେ ଦୟାଲ ବିଶ୍ୱାସ  ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୧ ତାରିଖ ଦିନ ଭୋଜି ଖାଇବା କଥା କହି ଘରୁ ଆସିଥିଲେ ଦୟାଲ । ହେଲେ ଦୁଇ ଦିନ ଧରି ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ପରେ ମଙ୍ଗଳବାର ରାତିରେ ଏମଭି ୪୨ ସ୍ଥିତ ଓମ୍ ଶିଭମ ଏଣ୍ଟରପ୍ରାଇଜର ଗୋଦାମ ଭିତରେ ଥିବା ଟଏଲେଟରୁ ତାଙ୍କର ମୃତଦେହ ବାହାରିଥିଲା  । ସ୍ଥାନୀୟ ଲୋକେ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ,  ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଦୋକାନ ମାଲିକ ଭିକି ମଣ୍ଡଳ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । କାରଣ ମୃତ ଦୟାଲ ବିଶ୍ବାସଙ୍କ ମୁଣ୍ଡ ଓ ଦେହରେ ଅନେକ କ୍ଷତ ଚିହ୍ନ ରହିଛି । ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସତ୍ୟତା ଜଣା ପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking