27.1 C
Bhubaneswar
Saturday, October 19, 2024
Homeଓଡିଶାକଲବଲ କରୁଛି କୁହୁଡି

କଲବଲ କରୁଛି କୁହୁଡି

ଭୁବନେଶ୍ୱର: ରାତିରେ ଦୂର ସ୍ଥାନକୁ ଯାଉଥିଲେ ସତର୍କ ରୁହନ୍ତୁ, ନହେଲେ ହୋଇପାରେ ଭୟଙ୍କର ଦୁର୍ଘଟଣା। କାରଣ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଅତି ଘନ କୁହୁଡି। ଗାଡି ଆଗକୁ ଦେଖିବା ବି ହେବ କଷ୍ଟକର। ଆଜି ଘନ କୁହୁଡ଼ି ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ଆସନ୍ତାକାଲି ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୨୦ରୁ ୫୦ ମିଟର ମଧ୍ୟରେ ଦୃଶ୍ୟମାନ କ୍ଷମତା ରହିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ଘନ କୁହୁଡିର ଆସ୍ତରଣ ବୃଦ୍ଧି ପାଇଛି। ଦୁଇ ଦିନ ପରେ ୫ ତାରିଖ ବେଳକୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ପଶ୍ଚିମା ଝଡ ପ୍ରଭାବରେ କେନ୍ଦୁଝର, ସୁନ୍ଦରଗଡ ଏବଂ ମୟୁରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking