27.1 C
Bhubaneswar
Saturday, October 19, 2024
Homeଓଡିଶାବନ୍ଦ ହେବ କଟକ ଡିଅର ପାର୍କ

ବନ୍ଦ ହେବ କଟକ ଡିଅର ପାର୍କ

କଟକ : ବନ୍ଦ ହେବ ୪୦ ବର୍ଷର କଟକ ଡିଅର ପାର୍କ । ସ୍ଥାନାନ୍ତର ହେବେ ୨୯୦ରୁ ଅଧିକ ହରିଣ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ୩୦ରୁ ଅଧିକ ହରିଣଙ୍କୁ ଚନ୍ଦକା ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାସେ ମଧ୍ୟରେ ସବୁ ହରିଣଙ୍କୁ କଟକରୁ ନିଆଯିବ । ସେପଟେ ସବୁ ହରିଣଙ୍କୁ ନ ନେଇ ପୁରୁଣା ଡିଅର ପାର୍କରେ କିଛି ହରିଣଙ୍କୁ ରଖିବାକୁ ସହରବାସୀ ଦାବି କରିଛନ୍ତି ।

ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ଚଳ ଚଂଚଳ ଜୀବ । ଗଲା ୪୨ ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଚିତ୍ରିତ ହରିଣ ମାନେ ଏବେ ଏଠାରୁ ସ୍ଥାନାନ୍ତର ହୋଇଯିବେ । ସ୍ଥାନାଭାବ, ହରିଣଙ୍କ ସଂଖ୍ୟା ବୃଦ୍ଧି ଓ ପରେ ସ୍ଥାନାନ୍ତର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

କଟକ ଓ ଚନ୍ଦକା ବନ ବିଭାଗ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଚନ୍ଦକା ଡମପଡା ଅଭୟାରଣ୍ୟର ୭୦ ଏକରରୁ ଅଧିକ ସ୍ଥାନରେ ନିର୍ମିତ ଏକ ସ୍ୱତନ୍ତ୍ର ଏନକ୍ଲୋଜରକୁ ନିଆଯାଉଛି ହରିଣ ମାନଙ୍କୁ । ଗତ ଶନିବାର ୧୩ଟି ଓ ଗତକାଲି ୨୦ରୁ ଉର୍ଦ୍ଧ ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୀର୍ଘବର୍ଷ ଧରି ହରିଣ ମାନଙ୍କୁ ନିଜ ପିଲା ଭଳି ଯତ୍ନ ନେଇଥିବା ପାର୍କର ଆନିମଲ କିପର ଶିବ ପ୍ରସାଦଙ୍କ ଆଖିରେ ଲୁହ । ଅତି ନିଜର ଥିବା ଦୁଟି ହରିଣ ରାବଣ ଓ ବୁଢା ଏବେ ତାଙ୍କଠୁ ଦୂରେଇ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking