32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକଂଗ୍ରେସରେ ଯୋଗଦେବେ ଶର୍ମିଲା

କଂଗ୍ରେସରେ ଯୋଗଦେବେ ଶର୍ମିଲା

ବିଜୟୱାଡା: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ଆର୍ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ଆର୍ ଶର୍ମିଲା ଆସନ୍ତା ୪ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡିଛି । ତେବେ ଏସମ୍ପର୍କରେ ନିଜେ ଶର୍ମିଲା କୌଣସି ସୂଚନା ଦେଇନଥିବାରୁ କଂଗ୍ରେସରେ ତାଙ୍କର ଯୋଗଦାନ ସମ୍ପର୍କରେ ସଠିକ୍ କିଛି ଅନୁମାନ କରାଯାଇପାରୁନାହିଁ । ୱାଇଏସ୍ ଶର୍ମିଲା, ୱାଇଏସ୍‌ଆର୍ ତେଲେଙ୍ଗାନା ନାମରେ ଏକ ପାର୍ଟି ଗଠନ କରିବା ସହ ନିଜେ ଏହାର ସଭାପତି ରହିଛନ୍ତି । ପ୍ରକାଶ, ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ସହ ସରକାର ଗଠନ କରିଛି ।

ଅନ୍ୟପକ୍ଷେ ମଙ୍ଗଳବାର ଶର୍ମିଲା ନିଜ ଦଳର ସମସ୍ତ ନେତା ତଥା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କଂଗ୍ରେସରେ ଦଳର ମିଶ୍ରଣ ଓ ଭବିଷ୍ୟତର କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିବା ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶର୍ମିଲା, କଂଗ୍ରେସ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ ଏବଂ ଗତ ନଭେମ୍ବରରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ବିପକ୍ଷରେ ପ୍ରାର୍ଥୀ ଦେଇନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking