23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକେନ୍ଦ୍ରର ନୂଆ ହିଟ୍ ଆଣ୍ଡ୍ ରନ୍ ଆଇନ୍‌କୁ ବିରୋଧ; ଦେଶବ୍ୟାପୀ ତେଜିଲା ଟ୍ରକ୍ ଡ୍ରାଇଭରଙ୍କ ଧର୍ମଘଟ

କେନ୍ଦ୍ରର ନୂଆ ହିଟ୍ ଆଣ୍ଡ୍ ରନ୍ ଆଇନ୍‌କୁ ବିରୋଧ; ଦେଶବ୍ୟାପୀ ତେଜିଲା ଟ୍ରକ୍ ଡ୍ରାଇଭରଙ୍କ ଧର୍ମଘଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ୍ ରନ୍ ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା ଟ୍ରକ୍ ଡ୍ରାଇଭରଙ୍କ ଧର୍ମଘଟ ୨ୟ ଦିନରେ ପହଞ୍ôଚଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଦେଶର ପ୍ରାୟ ଏକାଧିକ ରାଜ୍ୟରେ ଟ୍ରକ୍ ଧର୍ମଘଟ ଆରମ୍ଭ ହୋଇଯାଇଛି । ବିଶେଷକରି ବିହାର, ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ ଛତିଶଗଡ଼ରେ ଟ୍ରକ୍ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଛି ।

କେନ୍ଦ୍ର ସରକାର ତୁରନ୍ତ ଏହି ଆଇନ୍‌କୁ ଫେରାଇ ନେବା ପାଇଁ ଚାଳକ ସଂଘ ପକ୍ଷରୁ ଦାବି କରାଯାଉଛି । ଅନ୍ୟପକ୍ଷେ ଏପ୍ରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନମିଳିବା ଆଶଙ୍କାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲଗାଇଛନ୍ତି । ଫଳରେ ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଏହି କାରଣରୁ ଅଯଥାରେ ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ମଧ୍ୟ ଉତ୍ପନ୍ନ ହେବାରେ ଲାଗିଛି । ନୂଆବର୍ଷ ଆରମ୍ଭରୁ ଟ୍ରକ୍ ଡ୍ରାଇଭରଙ୍କ ଏପ୍ରକାର ଧର୍ମଘଟ ଯୋଗୁ ଦେଶର ଟ୍ରାନ୍ସପୋର୍ଟ ସିଷ୍ଟମ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ବିଶେଷ କରି ବିହାରର ପାଟନା ସହର ଠାରୁ ମହାରାଷ୍ଟ୍ରର ପୁଣେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଯାତ୍ରୀ ସେବା ପ୍ରଭାବିତ ହୋଇଛି ।

ସୂଚନାନୁସାରେ କେନ୍ଦ୍ର ସରକାର ଏକ ନୂଆ ହିଟ୍ ଆଣ୍ଡ୍ ରନ୍ ଆଇନ୍‌କୁ କାର୍ଯ୍ୟକାରୀ କରିଛନ୍ତି । ଏହି ଆଇନ୍ ଅନୁସାରେ “ଟ୍ରକ୍ କିମ୍ବା ବସ୍ ଯଦି କେବେ କୌଣସି ବ୍ୟକ୍ତିବିଶେଷ କିମ୍ବା ପଶୁଙ୍କୁ ଜାଣତରେ ହେଉ କିମ୍ବା ଅଜାଣତରେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଆନ୍ତି ତେବେ ଚାଳକଙ୍କୁ ୧୦ବର୍ଷ ଜେଲ୍ ଏବଂ ୭ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । କିନ୍ତୁ ଯଦି ଦୁର୍ଘଟଣା ସମ୍ପର୍କରେ ଚାଳକମାନେ ସୂଚନା ଦେବେ ଏବଂ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ତେବେ ସେମାନଙ୍କ ଦଣ୍ଡାଦେଶକୁ କୋହଳ କରାଯିବ ।” ତେବେ ପୂର୍ବରୁ ଥିବା ଆଇନ୍ ଅନୁଯାୟୀ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଫସିଥିବା ଚାଳକ ଖୁବ୍ କମ୍ ଦିନରେ ଜାମିନ୍ ମିଳିଯାଉଥିଲା ।

ଜେଲଦଣ୍ଡ ମଧ୍ୟ ୨ ବର୍ଷ ପାଇଁ ବ୍ୟବସ୍ଥା ଥିଲା । କେନ୍ଦ୍ର ସରକାରଙ୍କ ଏହି ନୂଆ ନିୟମକୁ ଦେଶର ଅନେକ ଟ୍ରକ୍ ଓ ଡମ୍ପର ଚାଳକ ସଂଘ ତଥା ମାଲିକ ସଂଘ ବିରୋଧ କରିଛନ୍ତି । ଏତେ ପରିମାଣର ଟଙ୍କା ଡ୍ରାଇଭର କେଉଁଠୁ ଆଣିବେ ବୋଲି ସର୍ବଭାରତୀୟ ମୋଟର୍ସ ଓ ଗୁଡ୍‌ସ ଟ୍ରାନ୍ସପୋର୍ଟ ଆସୋସିଏସନ୍ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହି ନିୟମକୁ ବିରୋଧ କରିବାକୁ ଅନେକ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । ଅନ୍ୟପକ୍ଷେ ରିପୋର୍ଟ ଲେଖାହେବା ସୁଦ୍ଧା କେନ୍ଦ୍ର ସରକାର ଏସମ୍ପର୍କରେ ଆଲୋଚନା କରିବା ପାଇଁ ଧର୍ମଘଟରେ ସାମିଲ ଡ୍ରାଇଭର ଆସୋସିଏସନ୍‌କୁ ଡାକିଥିବା ଜଣାପଡ଼ିଛି । ଆସନ୍ତାକାଲି ସନ୍ଧ୍ୟା ୭ଟା ସମୟରେ ଏହି ବୈଠକ ହେବ । କେନ୍ଦ୍ର ଗୃହ ସଚିବ ଏହି ବୈଠକରେ ଅଧ୍ୟକ୍ଷତା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking