26.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଲି ଜେ-ମ୍ୟୁଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ

ଲି ଜେ-ମ୍ୟୁଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ

ସିଓଲ: ଦକ୍ଷିଣ କୋରିଆରେ ବିରୋଧୀ ଦଳ ନେତା ଲି ଜେ-ମ୍ୟୁଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ । ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡରେ ଆହତ ହୋଇଛନ୍ତି ଲି । ଦକ୍ଷିଣ ପୂର୍ବ ବୁସାନ ସହର ଗସ୍ତରେ ଯାଇଥିବା ବେଳେ ସେ ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣକାରୀର ପରିଚୟ ମିଳିନଥିବା ବେଳେ ପୋଲିସ ତାକୁ ଗିରଫ କରିଛି । ଏନେଇ ବୁସନର ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ବିବୃତ୍ତିରେ କୁହାଯାଇଛି ଯେ, ବୁସାନରେ ଏକ ନୂତନ ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତାହା ପରିଦର୍ଶନ କରିବାକୁ ଆସିଥିଲେ ଲି ଜେ-ମ୍ୟୁଙ୍ଗ । ଏହି ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଲି ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ସେନେଇ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ଆକ୍ରମଣକାରୀକୁ ଗିରଫ କରିଥିଲା । ପୋଲିସ କହିଛି ଯେ, ଆକ୍ରମଣକାରୀ ଜଣଙ୍କ ମୁହଁରେ ଏକ ମାସ୍କ ପିନ୍ଧି ଲିଙ୍କୁ ଆକ୍ରମଣ କରିଥିଲା । କେଉଁ କାରଣ ଯୋଗୁଁ ସେ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟଙ୍କୁ ଆକ୍ରମଣ କଲା ସେନେଇ ପଚରାଉଚରା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking