31.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଆତଙ୍କବାଦୀଙ୍କ ଗୁଳିରେ ବିଏସ୍‌ଏଫ୍‌ ଜବାନ ଆହତ

ଆତଙ୍କବାଦୀଙ୍କ ଗୁଳିରେ ବିଏସ୍‌ଏଫ୍‌ ଜବାନ ଆହତ

ମଣିପୁର: ମଙ୍ଗଳବାର ମଣିପୁରର ମୋରେହ ସହରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ପୁଲିସ କମାଣ୍ଡୋ ଏବଂ ଜଣେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନ ଆହତ ହୋଇଛନ୍ତି। ‌ଥୌବାଲ ଜିଲ୍ଲାର ଲିଲୋଙ୍ଗ ଅଞ୍ଚଳରେ ଅଜଣା ସଶସ୍ତ୍ରଧ‌ାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଉପୁଜି ୪ ଜଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯିବାର ଗୋଟାଏ ଦିନ ପରେ ଏପରି ଘଟଣା ଘଟିଥିବା ସୂଚନା ରହିଛ।

ମିଆଁମାର ସୀମା ନିକଟସ୍ଥ ମୋରେହ ଅଭିମୁଖେ ଯାଉଥିବା ବେଳେ ବନ୍ଧୁକଧାରୀମାନେ ପୁଲିସ କମାଣ୍ଡୋ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଟାର୍ଗେଟ କରିଥିଲେ। ସୂଚନାନୁସାରେ, ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବନ୍ଧୁକଧାରୀମାନେ ରାଜ୍ୟ କମାଣ୍ଡୋଙ୍କ ଆରପିଜି ଉପରେ ଗୁଳି ଚଳାଇଥିଲେ। ଆହତ ସୁରକ୍ଷା ଅଧିକାରୀଙ୍କୁ ଆସାମ ରାଇଫଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking