ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବରେଲିରେ ଏକ ସଡକ ଦୁର୍ଘଟଣା ହୋଇଛି । ଯେଉଁଥିରେ ବିଜେପି ଜିଲ୍ଲା ଉପାଧ୍ୟକ୍ଷଙ୍କ କାର ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କr ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କାର ଡ୍ରାଇଭରକୁ ଧରି ମାଡ ମାରିଥିଲେ ଏବଂ ପରେ ପୋଲିସକୁ ଡାକି ତାଙ୍କୁ ହସ୍ତାନ୍ତର କରିଛନ୍ତି। କୁହାଯାଉଛି ଯେ ଦୁର୍ଘଟଣା ସମୟରେ ଅଭିଯୁକ୍ତ କାର ଡ୍ରାଇଭର ମଦ୍ୟପାନ କରିଥିଲେ।
ପୋଲିସର ସୂଚନାନୁସାରେ, ବାଇକ୍ ଆରୋହୀ ୪୮ ବର୍ଷିୟ ଘସିରାମ। ସେ ଡାକ୍ତରଖାନାର ଜଣେ କର୍ମଚାରୀ ଥିଲେ। ଦୁର୍ଘଟଣା ସମୟରେ ସେ ବାଇକ୍ ଚଳାଇ ନିଜ ଡ୍ୟୁଟିକୁ ଯାଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ବିଜେପି ଜିଲ୍ଲା ଉପାଧ୍ୟକ୍ଷଙ୍କ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।
ଏହି ଧକ୍କା ଏତେ ଜୋର ଥିଲା ଯେ ଘସିରାମ ବାଇକରୁ ଡେଇଁ ବ୍ରିଜ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଦୌଡ଼ିଯାଇ କାର ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଗିରଫ କରାଯାଇଛି ।