24.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଅନୁଷ୍କାଙ୍କ ତାରିଫ୍‌ କଲେ କିଙ୍ଗ ଖାନ୍‌

ଅନୁଷ୍କାଙ୍କ ତାରିଫ୍‌ କଲେ କିଙ୍ଗ ଖାନ୍‌

ମୁମ୍ଵାଇ : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ୍‌। ତାଙ୍କ ବ୍ୟବହାର ଏବଂ ବନ୍ଧୁତାକୁ ଅନେକ ସମୟରେ ପ୍ରଶଂସା କରାଯାଏ।ସେ କାହାକୁ ଅପମାନିତ କରନ୍ତି ନାହିଁ । ସେ ସମସ୍ତଙ୍କ ସହ ସମ୍ମାନର ସହ କଥାବାର୍ତ୍ତା କରନ୍ତି ଏବଂ କାହାକୁ କେବେ ବି ହଇରାଣ କରନ୍ତି ନାହିଁ । କିନ୍ତୁ ଥରେ କ୍ୟାଟ୍ରିନା ତାଙ୍କର କିଛି କଥାରେ ବହୁତ ରାଗି ଯାଇଥିଲେ। ଏକ ସାକ୍ଷାତକାରରେ ସେ ଏହା ମଧ୍ୟ କହିଛନ୍ତି। କ୍ୟାଟ୍ରିନା କହିଥିଲେ ଯେ ଶାହାରୁଖ ତାଙ୍କୁ କେବଳ ଭଦ୍ର ଭାବରେ ପ୍ରଶଂସା କରିଥିଲେ।  କିନ୍ତୁ ସେ ଅନ୍ୟ ଅଭିନେତ୍ରୀମାନଙ୍କ ବିଷୟରେ ବହୁତ କିଛି କହିଥିଲେ। ଏହା ଦ୍ଵାରା ତାଙ୍କୁ ବହୁତ କଷ୍ଟା ଲାଗିଥିଲା

ୟଶ ଚୋପ୍ରାଙ୍କ ଫିଲ୍ମ ଜବ ତକ ହୈ ଜାନରେ ଶାହାରୁଖଙ୍କ ସହ କାମ କରିଥିଲେ କ୍ୟାଟ୍ରିନା । ଏହି ଫିଲ୍ମରେ ଅନୁଷ୍କା ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମରେ ସେମାନଙ୍କ ରୋମାନ୍ସ ବିଷୟରେ ଅନେକ ଆଲୋଚନା ହୋଇଥିଲା। ପ୍ରଥମ ଥର ପାଇଁ ଶାହାରୁଖ ଜଣେ ଅଭିନେତ୍ରୀଙ୍କ ସହ ଲିପ୍‌ଲକ କରିଥିଲେ। ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ ଆସିଥିଲା । ଏହା ସତ୍ତ୍ଵେ ଶାହାରୁଖ କ୍ୟାଟ୍ରିନାଙ୍କ ପ୍ରଶଂସା କରିବା ପାଇଁ କିଛି କହିନଥିଲେ। ଅଭିନେତ୍ରୀ ଏହି ଜିନିଷକୁ ପସନ୍ଦ ଆସିଲା ନାହିଁ ।

ଏକ ପ୍ରମୋସନର ସାକ୍ଷାତକାରରେ ଶାହାରୁଖ ଅନୁଷ୍କାଙ୍କୁ ବହୁତ ପ୍ରଶଂସା କରିଥିଲେ। କିନ୍ତୁ କ୍ୟାଟ୍ରିନାଙ୍କ ପାଇଁ କେବଳ ଭଦ୍ର ଶବ୍ଦ ତଥା ଜେଣ୍ଟଲ୍‌ ଭଳି ବ୍ୟବହାର କରିଥିଲେ। କ୍ୟାଟ୍ରିନା ଏହି ଜିନିଷକୁ ପସନ୍ଦ କରନ୍ତି ନାହିଁ। ମୋତେ ବର୍ଣ୍ଣନା କରିବା ପାଇଁ ଶାହାରୁଖ କେବଳ ଜେଣ୍ଟଲ ଶବ୍ଦ ବ୍ୟବହାର କରିଥିଲେ। ଯାହାର ଅଭିନୟ, ପ୍ରତିଭା କିମ୍ବା ମୋ ଲୁକ୍ ସହିତ କୌଣସି ସମ୍ପର୍କ ନାହିଁ। କିନ୍ତୁ ସେ ଅନୁଷ୍କାଙ୍କୁ ପ୍ରଶଂସା କରିବା ପାଇଁ ୨୫ ଟି ଶବ୍ଦ ବ୍ୟବହାର କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking