23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ; ୧୦ ବିଦ୍ରୋହୀ ମୃତ

ଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ; ୧୦ ବିଦ୍ରୋହୀ ମୃତ

ଲେବାନନ : ନୂଆବର୍ଷରେ ଲୋହିତ ସାଗରରେ ଉତ୍ତେଜନା । ଲୋହିତ ସାଗରରେ ଆମେରିକା ନୌସେନାର ପ୍ରତି ଆକ୍ରମଣରେ ୧୦ ଜଣ ହାଉତି ବିଦ୍ରୋହୀଙ୍କର ମୃତ୍ୟୁ ଘଟିଛି । ୟେମେନର ହାଉତି ଗ୍ରୁପ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୟେମେନ ପକ୍ଷରୁ କୁହାଯାଇଛି ଯେ, ଲୋହିତ ସାଗରରେ ଆମେରିକା ନୌସେନା ପକ୍ଷରୁ, ୩ଟି ଜାହାଜକୁ ବୁଡ଼ାଇ ଦିଆଯାଇଛି । ଏଥିରେ ହାଉତିର ୧୦ ଜଣ ବିଦ୍ରୋହୀଙ୍କର ଜୀବନ ଯାଇଛି । ସୂଚନା ଅନୁସାରେ, ଇରାନ ସମର୍ôଥତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରରେ ମାଏରସ୍କ କଣ୍ଟେନର ଜାହାଜ ଉପରେ ଆକ୍ରମଣ କରିଥିଲେ । ଏହାର ଜବାବ ଦେଇଥିଲା ଆମେରିକା ନୌସେନା । ଏଥିରେ ୩ଟି ଜାହାଜ ବୁଡ଼ିଯାଇଛି । ଫଳରେ ଇରାନ ସମର୍ôଥତ ହାଉତି ବିଦ୍ରୋହୀ ଗୋଷ୍ଠୀର ୧୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଏକ ବାଣିଜ୍ୟିକ ଜାହାଜକୁ ଅପହରଣ କରିବାକୁ ଉଦ୍ୟମ କରାଯାଇଥିଲା । ହାଉତି ମୁଖପାତ୍ର ୱାଇ ସାରିଆ କହିଛନ୍ତି ଯେ, ଆମେରିକା ନୌସେନା ହାଉତି ବିଦ୍ରୋହୀଙ୍କ ତିନିଟି ଜାହାଜକୁ ଆକ୍ରମଣ କରିବା ସହ ବୁଡ଼ାଇ ଦେଇଛନ୍ତି । ତାଙ୍କ କହିବା କଥା, ହାଉତି ବିଦ୍ରୋହୀମାନେ ଇସ୍ରାଏଲର ଜାହାଜକୁ ଲୋହିତ ସାଗର ଦେଇ ଯିବାରେ ରୋକିବା ପାଇଁ ପ୍ରୟାସ କରୁଥିଲେ । ଏହାସହ ସେମାନେ ପାଲେଷ୍ଟାଇନବାସୀଙ୍କ ସମର୍ଥନରେ ମାନବିକତାମୂଳକ କାର୍ଯ୍ୟ କରୁଥିଲେ । ଏହି ସମୟରେ ଆମେରିକା ନୌସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ଅନ୍ୟପକ୍ଷରେ ହାଉତି ବିଦ୍ରୋହୀମାନେ ମିସାଇଲ ଆକ୍ରମଣ କରିଥିବା ବେଳେ, ଆମେରିକା ନୌସେନା ଆଲର୍ଟ ଜାରି ସହ ପ୍ରତି ଆକ୍ରମଣ କରିଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ନୌସେନା କିମ୍ବା କୌଣସି ଯନ୍ତ୍ରପାତି କ୍ଷୟକ୍ଷତି ହୋଇନାହିଁ ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ ଉଲ୍ଲେଖ କରିଛନ୍ତି । ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛନ୍ତି ଯେ ଦକ୍ଷିଣ ଲୋହିତ ସାଗର ଦେଇ ଯିବାବେଳେ ଏକ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking