ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ଦେଇଛି ବିଜୁ ଜନତା ଦଳ। ନୂଆବର୍ଷରେ ଦଳ ଏଭଳି ଏକ ନିଷ୍ପତ୍ତି ନେଇ ଦଳର ବରିଷ୍ଠ ନେତାଙ୍କୁ ଦଳରେ ସକ୍ରିୟ କରିବାକୁ ପ୍ରୟାସ କରିଛି। ଦାମ ରାଉତ ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ। ସେ ବିଜୁ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପଶୁ ଡାକ୍ତର ଚାକିରି ପଦ ଛାଡି ରାଜନୀତିରେ ଯୋଗ ଦେଇଥିଲେ।