18.1 C
Bhubaneswar
Monday, November 25, 2024
Homeଓଡିଶା୧୩ ଓ ୧୪ରେ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟର ଗୋଲ୍ଡ କ୍ୟାମ୍ପ ଖପ୍ରାଖୋଲ୍‌ରେ

୧୩ ଓ ୧୪ରେ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟର ଗୋଲ୍ଡ କ୍ୟାମ୍ପ ଖପ୍ରାଖୋଲ୍‌ରେ

ଭୁବନେଶ୍ୱର: କଟକ ସାମନ୍ତ ସାହି ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟର ୫୦ତମ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର (ଗୋଲଡ କ୍ୟାମ୍ପ) ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଫୁଲ୍‌କିମୁଣ୍ଡା, ଖପରାଖୋଲ ପରିସରରେ ତା.୧୩.୦୧.୨୦୨୪ରିଖ (ଶନିବାର) ଓ ତା.୧୪.୦୧.୨୦୨୪ରିଖ (ରବିବାର) ଦିନ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା, ବଲାଙ୍ଗିର ଓ ସମ୍ବଲପୁର ଏବଂ ତଥା ରାଜ୍ୟବାହାରର ଖ୍ୟାତନାମା ବିଶେଷଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ଯଥା – ଇ.ସି.ଜି., ପି.ଏଫ.ଟି. ଏଣ୍ଡୋସ୍କୋପି ଏବଂ ବିଭିନ୍ନ ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇ ରୋଗ ନିରୁପଣ ହେବା ସହ ଚିକିତ୍ସା କରାଯିବ ।

ଏହି ଶିବିରରେ ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ କିଡ଼୍‌ନୀରୋଗ, ଶିଶୁରୋଗ, ଭେଷଜ (ମେଡ଼ିସିନ୍‌), ହୃଦ୍‌ରୋଗ, ଚର୍ମ ଓ ଯୌନ, ଚକ୍ଷୁ, ଦନ୍ତ ରୋଗ, କର୍ଣ୍ଣ, ନାସା ଗଳା, ମାନସିକ ବ୍ୟାଧି ଜନିତ ରୋଗ ଶରୀର ଯନ୍ତ୍ରଣା ଜନିତ ବ୍ୟାଧି ସହିତ ହୋମିଓପାଥି, ଆର‌୍ୟୁବେଦିକ, ନ୍ୟାଚୁରୋପାଥୀ ଏବଂ ଯୋଗ ଚିକିତ୍ସା ମଧ୍ୟ ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ମାଗଣାରେ ଔଷଧ ଓ ଚଷମା ମଧ୍ୟ ବଣ୍ଟନ କରାଯିବ ।  ଉକ୍ତ ସ୍ୱାସ୍ଥ୍ୟସେବା ଶିବିରରେ ସକାଳ ୮.୩୦ ଘଟିକାରୁ ଦିବା ୧ ଘଟିକା ସମୟ ମଧ୍ୟରେ ରୋଗୀଙ୍କ ନାମ ପଞ୍ଜିକରଣ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏହି ସ୍ୱାସ୍ଥ୍ୟସେବା ଶିବିରକୁ ମାନ୍ୟଗଣ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଜାନୁୟାରୀ ୧୩ ତାରିଖ ସକାଳ ୧୦ଟା ସମୟରେ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରାଯିବ ।

 ଏହି ଶିବିରର ପ୍ରଚାର ପ୍ରସାର ପାଇଁ ଟ୍ରଷ୍ଟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଡାକ୍ତର ଦତ୍ତ୍ୱେଶ୍ୱର ହୋତା ଓ ଅନ୍ୟ ସଦସ୍ୟମାନେ ଖପ୍ରାଖୋଲ ଯାଇ ଆଖପାଖ ଗାଁ’ର ଲୋକମାନଙ୍କୁ ଶିବର ଆସି ସ୍ୱାସ୍ଥ୍ୟ ସେବାର ସୁବିଧା ନେବା ପାଇଁ ବୁଝାଉଛନ୍ତି । ଏବେ ଲାଗାତାର ଭାବେ ୧୩ ତାରିଖ ଯାଏଁ ଟ୍ରଷ୍ଟ ପକ୍ଷରୁ ଲୋକଙ୍କ ପାଖକୁ ଯାଇ ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଓ ଲିପ୍‌ଲେଟ୍ ବଣ୍ଟନ କରାଯାଇ ଶିବିର ଆସିବାକୁ ଲୋକଙ୍କୁ ବୁଝାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ବହୁ ସଂଖ୍ୟାରେ ଲୋକମାନେ ଆସି ଏହି ଚିକିତ୍ସା ସୁବିଧା ନେବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking