25.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶ୩ଠହଜାର କର୍ମଚାରୀ ଛଟେଇ କରିବ ଗୁଗଲ

୩ଠହଜାର କର୍ମଚାରୀ ଛଟେଇ କରିବ ଗୁଗଲ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାୟ ୧୨ହଜାର କର୍ମଚାରୀଙ୍କୁ ଛଟେଇ କରିଥିବା ଗୁଗଲ୍ ଆଗାମୀ ଦିନରେ ଆହୁରି ୩ଠ ହଜାର କର୍ମଚାରୀଙ୍କୁ ଛଟେଇ କରିବ । ସାମ୍ନାକୁ ଆସିଥିବା ଏକ ରିପୋର୍ଟ ଅନୁସାରେ ଗୁଗଲ୍ କମ୍ପାନୀ ଏବେ ଅତିରିକ୍ତ କର୍ମନିଯୁକ୍ତିଜନିତ ବୋଝରୁ ବାହାରିବାକୁ ଚାହୁଁଛି । ସୁତରାଂ ଗୁଗଲ ଏବେ କର୍ମଚାରୀ ସଂଖ୍ୟା ହ୍ରାସ ଲାଗି ୪ର୍ଥ ଉଦ୍ୟମ କରିବ । ରିପୋର୍ଟ ଅନୁସାରେ ଆଲଫାବେଟ୍ ମାଲିକାନା ସତ୍ତ୍ୱ ଅଧୀନରେ ଥିବା ଗୁଗଲ୍ ତା’ର ବିଜ୍ଞାପନ ବା ଆଡ୍ ସେଲ୍‌ସ ୟୁନିଟକୁ ପୁର୍ନବ୍ୟବସ୍ଥିତ କରିବ । ଆମେରିକାରେ ବଡ଼ ବଡ଼ ଗ୍ରାହକଙ୍କ ବିଜ୍ଞାପନ ତଦାରଖ କରୁଥିବା ସିନ୍ ଡାଉନିଙ୍କ ଅନୁସାରେ ଗୁଗଲ୍ ନିଜ ଆଡ୍ ସେଲ୍‌ସ ୟୁନିଟ୍‌କୁ ପୁର୍ନବ୍ୟବସ୍ଥିତ କରାଯିବା ନେଇ ଗତ ସପ୍ତାହରେ ବସିଥିବା ବିଭିନ୍ନ ବିଭାଗର ବୈଠକରେ ସ୍ଥିର କରାଯାଇଛି । ତେବେ କର୍ମଚାରୀ ଛଟେଇ ସମ୍ପର୍କରେ ବୈଠକରେ କୌଣସି ଆଲୋଚନା ହୋଇନାହିଁ । ତେବେ ଯଦି ବି କମ୍ପାନୀ ଛଟେଇ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଏ ତେବେ ଏସମ୍ପର୍କରେ କର୍ମଚାରୀମାନଙ୍କୁ ପୂର୍ବରୁ ସୂଚୀତ କରାଯିବ । ଅନ୍ୟପକ୍ଷେ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଏସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗୁଗଲ୍ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ । କିନ୍ତୁ ଏବେ ସମସ୍ତଙ୍କ ନଜର କମ୍ପାନୀ ସିଇଓ ସୁନ୍ଦର ପିଚାଇଙ୍କ ଆଗାମୀ ଘୋଷଣା ଉପରେ ନିବଦ୍ଧ ରହିଛି ।

ଗୁଗଲର ଯୋଜନା ସମ୍ପର୍କରେ ଅଭିଜ୍ଞତା ରଖୁଥିବା ଗୁଗଲ୍‌ର ଜଣେ ପୂର୍ବତନ ଅଧିକାରୀ ଏସମ୍ପର୍କରେ କହିଛନ୍ତି ଯେ, ଯଦି ଗୁଗଲ୍ ନିଜ କଷ୍ଟମର ସେଲ୍‌ସ ୟୁନିଟ୍‌କୁ ପୁର୍ନବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ନେଇଛି ବା ଆଗାମୀ ଦିନରେ ଏଭଳି କୌଣସି ନିଷ୍ପତ୍ତି ନିଏ ତେବେ କମ୍ପାନୀରୁ ଏକ ବଡ଼ ଧରଣର କର୍ମଚାରୀ ଛଟେଇ ଆଶଙ୍କା ନିଶ୍ଚିତ ଭାବେ ରହିଛି । ହୁଏତ ଏଣିକି ସୀମିତ କର୍ମଚାରୀଙ୍କୁ ନେଇ ଗୁଗଲ୍ କାର୍ଯ୍ୟ ଚଳାଇବା ପାଇଁ ଯୋଜନା କରୁଥାଇପାରେ ବୋଲି ସେ କହିଛନ୍ତି । ପ୍ରକାଶ, ହଜାର ହଜାର ପଦବୀ ଉଚ୍ଛେଦ କରାଯିବ ବୋଲି ୨ଠ୨୩ ଜାନୁଆରୀରେ ସୂଚନା ଦେଇଥିଲା ଗୁଗଲ୍ । ପରବର୍ତ୍ତୀ ସମୟରେ ପ୍ରାୟ ୧୨ହଜାର କର୍ମଚାରୀଙ୍କୁ ଛଟେଇ ଗୁଗଲ ଛଟେଇ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking