22.1 C
Bhubaneswar
Thursday, December 5, 2024
Homeଅପରାଧମହଙ୍ଗା ପଡିଲା ଇନଷ୍ଟା ପ୍ରେମ; ହନିଟ୍ରାପରେ ଫସିଲେ ପୋଲିସ ବାବୁ

ମହଙ୍ଗା ପଡିଲା ଇନଷ୍ଟା ପ୍ରେମ; ହନିଟ୍ରାପରେ ଫସିଲେ ପୋଲିସ ବାବୁ

ଲକ୍ଷ୍ନୌ: ଇନଷ୍ଟାଗ୍ରାମରେ ଯୁବତୀଙ୍କ ସହ ବନ୍ଧୁତା କରିବା ପଡିଲା ମହଙ୍ଗା । ଟ୍ରେନି ଇନିସପେକ୍ଟରଙ୍କୁ ବିବାହ କରିବାକୁ ଜିଦରେ ଯୁବତୀ । ଆଉ ଯଦି ସେମିତି ନକରନ୍ତି ତେବେ ୫୦ ଲକ୍ଷ ଟଙ୍କା ଦେବାକୁ ସେ ଦାବି କରିଛନ୍ତି । ଉତ୍ତରପ୍ରଦେଶର ବରେଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବରେଲି ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ମାମଲା ଆଧାରରେ ତଦନ୍ତ ଚଳାଇଛି ପୋଲିସ । ସୂଚନା ଅନୁସାରେ, ମୁରାଦାବାଦର ଡୁଣ୍ଡେଲାରେ ରହୁଥିବା ୨୭ ବର୍ଷୀୟ ଶୁଭମ ସାଗର ଉତ୍ତରପ୍ରଦେଶ ପୋଲିସ ଅଧୀନରେ ଟ୍ରେନିଂ ନେଉଥିଲେ । ସେହି ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଏପରିକି ଯୁବତୀଙ୍କ ପ୍ରେମର ବଶବର୍ତ୍ତୀ ହୋଇ ସେ ତାଙ୍କୁ ଦାମୀ ଉପହାର ମଧ୍ୟ ଦେବା ଆରମ୍ଭ କରିଥିଲେ । ହେଲେ ପରେ ହନିଟ୍ରାପରେ ଫସିବା ନେଇ ତାଙ୍କ ମନରେ ଆଶଙ୍କା ଦେଖା ଦେଇଥିଲା ।

ତେଣୁ ସେ ଧିରେ ଧିରେ ଯୁବତୀଙ୍କ ଠାରୁ ଦୂରତ୍ୱ ରକ୍ଷା କରିବାକୁ ଲାଗିଲେ । ଆଉ ଏହା ଜାଣିବା ପରେ ଯୁବତୀ ଜଣଙ୍କ ଯୁବକଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ବିବାହ କରିବାକୁ ବାଧ୍ୟ ସମ୍ପୃକ୍ତ ଯୁବତୀ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ନଚେତ୍ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଯଦି ସେପରି ନ କରନ୍ତି ତେବେ ତାଙ୍କୁ ମିଛ କେସରେ ଫସାଇ ଜେଲ ପଠାଇଦେବାକୁ ମଧ୍ୟ ଧମକ ଦେଇଥିଲେ । ଯାହାକୁ ନେଇ ଶୁଭମଙ୍କ ବାପା ରାଜକୁମାର ଏନେଇ ଥାନାରେ ଅଭିଯୋଗ କରି କହିଛନ୍ତି, ‘‘ମୋ ପୁଅକୁ ହନିଟ୍ରାପ୍ ପାଇଁ ଜଣେ ଯୁବତୀ ଚେଷ୍ଟା କରିଥିଲେ । ତାଙ୍କ କଥାରେ ରାଜି ନହେଲେ ମୋଟା ଅଙ୍କର ଟଙ୍କା ମାଗିବା ସହ ମିଛ କେସରେ ଫସାଇବାର ଧମକ ମଧ୍ୟ ଦେଉଛନ୍ତି । ଏ ଷଡଯନ୍ତ୍ରରେ ଯୁବତୀଙ୍କର ମା’ ମଧ୍ୟ ସାମିଲ ଅଛନ୍ତି । ସେପଟେ ଥାନା ଅଧିକାରୀ ଦିନେଶ ଶର୍ମା କହିଛନ୍ତି, “ମାମଲା ଆଧାରରେ ତଦନ୍ତ ଜାରି ରହିଛି । ଘଟଣାର ସତ୍ୟାସତ୍ୟ ଜଣାପଡିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking