20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶକରୋନା ପାଇଁ ସିଙ୍ଗାପୁରରେ ଆଲର୍ଟ, ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କରୋନା ପାଇଁ ସିଙ୍ଗାପୁରରେ ଆଲର୍ଟ, ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଲାଣି କରୋନା । ସ୍ଥିତିକୁ ନଜରରେ ରଖି ଆରମ୍ଭ ହୋଇଛି ମାସ୍କ କଟକଣା । ସିଙ୍ଗାପୁରରେ କୋଭିଡ୍ ସଂଖ୍ୟା ବଢୁଥିବାରୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଡିସେମ୍ବର ପ୍ରଥମ ସପ୍ତାହରେ ସିଙ୍ଗାପୁରରେ କୋଭିଡ ମାମଲା ୫୬ ହଜାରକୁ ବୃଦ୍ଧି ପାଇଛି। ଗତ ସପ୍ତାହରେ ୩୨ ହଜାର ମାମଲା ଥିଲା । ଦୈନିକ କୋଭିଡ୍ କେସ୍ ୨୨୫ରୁ ୩୫୦କୁ ବୃଦ୍ଧି ପାଛି । ସେହିଭଳି ହସ୍ପିଟାଲରେ ହାରାହାରି ଦୈନିକ ICU କେସ୍ ୯କୁ ବୃଦ୍ଧି ପାଇଛି । ବିମାନ ବନ୍ଦରକୁ ଯିବା ବେଳେ ମାସ୍କ ପିନ୍ଧିବା ଏବଂ ଜନଗହଳି ସ୍ଥାନରୁ ଦୂରେଇ ରହିବା ଭଳି ସତର୍କତା ଅବଲମ୍ବନ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ପଟେ ଭାରତରେ କୋଭିଡ୍ ଭାରିଆଣ୍ଟ JN.1 ଦ୍ୱାରା ପ୍ରଥମ ସଂକ୍ରମିତ ଚିହ୍ନଟ ପରେ ସବୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେହିପରି କର୍ଣ୍ଣାଟକକୁ ବି ଫେରିଲା ମାସ୍କ । ପଡ଼ୋଶୀ ରାଜ୍ୟ କେରଳରେ କୋଭିଡ ମହାମାରୀ ବୃଦ୍ଧି ପରେ କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳ । ବିଶେଷ କରି ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ମହାମାରୀକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ କହିଛନ୍ତି । ସେପଟେ କରୋନାର ଏହି ନୂଆ ଭାରିଏଣ୍ଟକୁ ନେଇ ଚେତାବନୀ ଚାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଶ୍ୱାସ ରୋଗର ବୃଦ୍ଧି ଏବଂ ନୂତନ ଜେଏନ୍‌.୧ କୋଭିଡ୍ ସବ୍-ଭାରିଏଣ୍ଟକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଏହି ଜୀବାଣୁ ବିକଶିତ ହେଉଛି ଏବଂ ବଦଳୁଛି। ତେଣୁ ସଦସ୍ୟ ଦେଶମାନଙ୍କୁ ତୀକ୍ଷ୍ଣ ନଜର ରଖିବାକୁ ଅନୁରୋଧ କରିଛି ହୁ’। ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କେଭିଡ-୧୯ ଟେକ୍‌ନିକ୍‌ ମୁଖ୍ୟ ମାରିଆ ଓ୍ୱାନ୍‌ କେରଖୋବ୍‌ଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି। ଏହି ଭିଡିଓରେ ସେ କରୋନା ସଂକ୍ରମଣ ବୃଦ୍ଧି ହେବାର କାରଣ ଓ ସତର୍କତା ଅବଲମ୍ବନ କରିବା ବିଷୟରେ ବର୍ଣ୍ଣନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking