28.1 C
Bhubaneswar
Monday, October 21, 2024
Homeଓଡିଶାଜାନୁଆରୀ ମାସରୁ ନୂଆ ଗାଡିରେ ଲାଗିବ ଭିଏଲଟିଡ଼ି , ବାଧ୍ୟତାମୂଳକ କଲେ ସରକାର

ଜାନୁଆରୀ ମାସରୁ ନୂଆ ଗାଡିରେ ଲାଗିବ ଭିଏଲଟିଡ଼ି , ବାଧ୍ୟତାମୂଳକ କଲେ ସରକାର

ଭୁବନେଶ୍ୱର: ସୁରକ୍ଷିତ ହେବ ଯାତ୍ରା। ବସ୍ ହେଉକି ଭଡା କାର୍ ସୁରକ୍ଷିତ ଯାଇପାରିବେ ଯାତ୍ରୀ । ଯଦି କୌଣସି ସମସ୍ୟା ହୁଏ ତେବେ ଗାଡିରେ ଲାଗିଥିବା ପାନିକ ବଟମ ଦବାଇଲେ ଶୀଘ୍ର ପହଂଚିବ ସହାୟତା। ଗାଡି କେଉଁଠି ଅଛି ? କେତେ ବେଗରେ ଚାଲୁଛି ? କେଉଁ ରୁଟରେ ଗଲା ? ଗାଡିରେ ଥିବା ଯାତ୍ରୀ ସମସ୍ୟାରେ ପଡିଛନ୍ତି କି ? ଏ ସବୁ ଖବର ପରିବହନ ବିଭାଗ ପାଖରେ ରହିବ । ଏଥିପାଇଁ ସବୁ ବାଣିଜ୍ୟିକ ଯାନରେ VLTD ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏ ନେଇ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ନୂତନ ଆରଟିଓ -୨ କାର୍ଯ୍ୟାଳୟରେ ଭିଏଲଟିଡି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଉଦଘାଟିତ ହୋଇଛି । କୌଣସି ସମସ୍ୟା ହେଲେ ଗାଡିରେ ଲାଗିଥିବା ପାନିକ ବଟମ ଦବାଇବେ। ପରେ ଶୀଘ୍ର ପହଂଚିବ ସହାୟତା ।

ଜାନୁଆରୀ ମାସରୁ ନୂଆ ଗାଡିରେ ଲାଗିବ ଏହି VLTD ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ। ଗାଡିରେ VLTD ଲଗାଇବା ପାଇଁ ସରକାର ବାଧ୍ୟତାମୂଳକ କରିଛନ୍ତି । ଜୁନ ୧ ତାରିଖ ସୁଦ୍ଧା ପୁରୁଣା ଗାଡିରେ ଲାଗିବ VLTD। କମର୍ସିଆଲ ଭେଇକିଲରେ ଯାତ୍ରୀ ବିନା ଭୟରେ ଯାଇପାରିବେ । ମହିଳା ଯାତ୍ରୀଙ୍କ ସୁରକ୍ଷା, ଉନ୍ନତ ସଡକ ସୁରକ୍ଷା ଓ କାର୍ଯ୍ୟନିର୍ବାହୀ ସେବା ପାଇଁ ସାଧାରଣ ପରିବହନ ଯାନ ଉପରେ ନିରନ୍ତର ନଜର ରଖିବା ପାଇଁ VLTD ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking