ଭୁବନେଶ୍ୱର : କଞ୍ଚା ପିଆଜ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ। ଏହାକୁ ଖାଇବା ଦ୍ୱାରା ସାମଗ୍ରୀକ ସ୍ୱାସ୍ଥ୍ୟରେ ଉନ୍ନତି ଆସେ। ଇମ୍ୟୁନିଟି ବୁଷ୍ଟଠୁ ନେଇ ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ କଞ୍ଚା ପିଆଜ। ଏଥିରେ ଏପରି ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି, ଯାହାକୁ ଜାଣିଲେ କଞ୍ଚା ପିଆଜର ଦୁର୍ଗନ୍ଧକୁ ଭୁଲିଯିବେ। କଣ ସେହି ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ, ଜାଣନ୍ତୁ…
ରୋଗ ପ୍ରତିରୋଧକ ଶକ୍ତି ବଢାଏ
କଞ୍ଚା ପିଆଜ ଭିଟାମିନ୍-ସିର ଏକ ଉତ୍କୃଷ୍ଟ ଉତ୍ସ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଭିଟାମିନ୍-ସି ଶ୍ୱେତ ରକ୍ତ କଣିକା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରେ, ଯାହା ଶରୀରକୁ ଜୀବାଣୁଠାରୁ ରକ୍ଷା କରିଥାଏ। ଥଣ୍ଡା ଏବଂ ଫ୍ଲୁ ପରି ସାଧାରଣ ରୋଗକୁ ରୋକିବାରେ କଞ୍ଚା ପିଆଜ ବେଶ୍ ଲାଭଦାୟକ ମଧ୍ୟ।
ହୃଦ୍ୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ
ପିଆଜରେ କ୍ୱେରେସିଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ। କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣରେ ରହିଲେ ହୃଦୟ ସ୍ୱାସ୍ଥ୍ୟ ସ୍ୱାଭାବିକ ହୋଇଥାଏ। କଞ୍ଚା ପିଆଜ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି, ଉଚ୍ଚ ରକ୍ତଚାପ ହ୍ରାସ ହେବା ସହ ହୃଦରୋଗ ଆଶଙ୍କା କମ୍ ହୋଇଥାଏ।
ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ