ପାରାଦୀପ : ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ। ଧରାଯାଇଥିବା ୧୭ଟି ମାଛକୁ ୨୫ ଲକ୍ଷରେ ଟଙ୍କାରେ ନିଲାମ ହୋଇଛି। ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି। ସେହି ମାଛର ନାଁ ତେଲିଆ ବା ତେଲିଆ ବୋରେଇ। ପାରାଦୀପର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି। ଦୀଘା ମାର୍କେଟରେ ଏହି ତେଲିଆ ମାଛକୁ ବିକ୍ରି କରିବେ ବୋଲି ଜଣାପଡିଛି।ତେଲିଆ ବା ତେଲିଆ ବୋରେଇ ମାଛର ‘ପୁଟି’ wine industry ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ ହେଉଥିବା କୁହାଯାଉଛି। ତେଣୁ ଦେଶବିଦେଶରେ ଏହାର ବହୁତ ଚାହିଦା ରହିଛି। ଖୁବ୍ କମ୍ ସଂଖ୍ୟାରେ ଏହି ମାଛ ପଡୁଥିବାରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଏହି ମାଛ ପଡ଼ିଲେ ଖୁବ ଖୁସି ହୋଇଯାଆନ୍ତି। ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି ବତ୍ସ୍ୟଜୀବୀମାନେ କହିଛନ୍ତି।