27.1 C
Bhubaneswar
Friday, September 20, 2024
Homeଅପରାଧବାପାପୁଅକୁ ଏସିଡ ମାଡ଼ କଲେ ପଡ଼ୋଶୀ

ବାପାପୁଅକୁ ଏସିଡ ମାଡ଼ କଲେ ପଡ଼ୋଶୀ

ପୁରୀ : ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ। ବାପାପୁଅକୁ ଏସିଡ ମାଡ଼ କଲେ ପଡ଼ୋଶୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ। ଆହତ ଅଧିକାରୀ ତରେଇ ଓ ରାଜେନ୍ଦ୍ର ତରେଇଙ୍କୁ ଭୁବନେଶ୍ୱ ଏମ୍ସରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତ ସନ୍ତୋଷ ମହାରଣାକୁ ଅଟକ ରଖି ପଚରାଉଚରା କରୁଛି। ଜମିବାଡ଼ିକୁ ନେଇ ସନ୍ତୋଷ ଓ ଅଧିକାରୀଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଆଜି ସକାଳେ ଅଧିକାରୀ ଓ ରାଜେନ୍ଦ୍ର ନିଜ ଘରର ବାରିପଟେ ଜମିରେ କାମ କରୁଥିଲେ। ଏହି ସମୟରେ ସନ୍ତୋଷ ସେଠାରେ ପହଞ୍ଚି ଏସିଡ ମାଡ଼ କରିଥିଲେ।। ପରେ ଘଟଣାସ୍ଥଳରୁ ଚମ୍ପଟ ମରିଥିଲେ।ପରିବାର ଲୋକେ ବାପ ଓ ପୁଅକୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରୁଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking