31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଶପଥ ନେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଶପଥ ନେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: କଂଗ୍ରେସ ନେତା ରେଭନ୍ତ ରେଡ୍ଡି ଗୁରୁବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଟି.ସୌନ୍ଦର୍ଯ୍ୟାରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥଗ୍ରହଣ ଉତ୍ସବରେ ପ୍ରାୟ ୧ ଲକ୍ଷ ଲୋକଙ୍କର ସମାବେଶ ଘଟିଥିଲା । ରେଭନ୍ତଙ୍କ ବ୍ୟତୀତ ଗୁରୁବାର ତାଙ୍କ କ୍ୟାବିନେଟ୍‌ର ୧୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

ଏମାନେ ହେଲେ ଉପମୁଖ୍ୟମନ୍ତ୍ରୀ ଏମ.ଭଟ୍ଟି ବିକ୍ରମାର୍କ, ଉତ୍ତମ କୁମାର ରେଡ୍ଡି, ଶ୍ରୀଧର ବାବୁ, ପୁନମ ପ୍ରଭାକର, କେ.ଭେଙ୍କଟ ରେଡ୍ଡି, ଦାମୋଦର ରାଜା ନରସିଂହା, ପି.ଶ୍ରୀନିବାସ ରେଡ୍ଡି, ଡି.ଅନୁସୂୟା, ଟି.ନାଗେଶ୍ୱର ରାଓ, କେ.ସୁରେଖା ଏବଂ ଜେ.କ୍ରିଷ୍ଣା ରାଓ । ଶପଥଗ୍ରହଣ ଉତ୍ସବରେ କଂଗ୍ରେସ ନେତା ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାର ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ନୂତନ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡିଙ୍କୁ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଶପଥଗ୍ରହଣ ଉତ୍ସବପରେ ରେଭନ୍ତ ଓ ସୋନିଆ ଏକ ଖୋଲା ଜିପ୍‌ରେ ଷ୍ଟାଡିୟମ ପରିକ୍ରମା କରି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ତେଲେଙ୍ଗାନା ବିଧାନସଭାର ମୋଟ ୧୧୯ ଆସନ ପ।।ଇଁ ଜଭେମ୍ବର ୩୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିବାବେଳେ ଡିସେମ୍ବର ୩ରେ ଫଳାଫଳ ଘୋଷିତ ହୋଇଥିଲା ।

ଏଥିରେ କ୍ଷମତାସୀନ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)କୁ ଗାଦିଚ୍ୟୁତ କରି କଂଗ୍ରେସ ସର୍ବାଧିକ ୬୪ ଆସନ ଅକ୍ତିଆର କରିଥିବାବେଳେ ବିଆର୍‌ଏସ୍ ୩୯, ବିଜେପି ୮, ଏଆଇଏମ୍‌ଆଇଏମ୍ ୭ ଓ ସିପିଏମ୍‌କୁ ୧ ଆସନ ମିଳିଛି । ୨୦୧୪ରେ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ପରଠାରୁ ବିଆର୍‌ଏସ୍ ନେତା କେ.ଚନ୍ଦ୍ରଶେଖର ରାଓ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking