27.1 C
Bhubaneswar
Friday, September 20, 2024
Homeଓଡିଶାପ୍ରେମିକା ଘରୁ ମିଳିଲା ପ୍ରେମିକର ମୃତଦେହ

ପ୍ରେମିକା ଘରୁ ମିଳିଲା ପ୍ରେମିକର ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପ୍ରେମିକା ରହୁଥିବା ଭଡାଘରୁ ବାହାରିଲା ପ୍ରେମିକର ମୃତଦେହ । ମୃତ ପ୍ରେମିକର ନାଁ ପପୁନି ସ୍ୱାଇଁ (୩୦) ଘର ନିମାପଡା ନମ୍ବିଲୋ ଅଞ୍ଚଳରେ ବୋଲି ଜଣା ପଡିଛି । ପପୁନି ଭାଲ ପାଉଥିବା ଯୁବତୀକୁ ଦେଖାକରିବାକୁ ଆସିଥିବା ବେଳେ ତା’ ପାଇଁ ସେୟା ଶେଷ ଦେଖା ପାଲଟି ଯାଇଛି ।

ଏନେଇ ପପୁନିର ଭାଇ ଦିପୁ ସ୍ୱାଇଁ ଧଉଳି ଥାନାରେ ଲଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ସୂଚନା ମୁତାବକ, ପପୁନି ଦିର୍ଘ ବର୍ଷହେଲା ପିଏଚଡି ମିସ୍ତ୍ରୀ ଭାବେ ଭୁବନେଶ୍ୱରରେ କାମ କରିଆସୁଥିଲେ । ଏହାରି ଭିତରେ ସେ ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ଼ରରେ ରହୁଥିବା ଜଣେ ଯୁବତୀଙ୍କ ସହ ୭ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିବା କଥା ତଦନ୍ତକାରୀ ପୁଲିସ୍ ଅଧିକାରୀ କହିଛନ୍ତି ।

ଗତକାଲି ପପୁନି ଯୁବତୀଙ୍କ ଘରେ ପହଞ୍ଚିଥିଲେ ତାଙ୍କୁ ଦେଖା କରିବା ପାଇଁ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ରାଗିଯାଇ ପପୁନି ଓଢଣୀ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ବେଳେ ଯୁବତୀଜଣକ ତାଙ୍କୁ ଉଦ୍ଧାର କରିଥିବା ପୁଲିସ୍ ସମ୍ମୁଖରେ କହିଛନ୍ତି । ଏହାପରେ ପପୁନିଙ୍କୁ ବୁଝାଶୁଝା କରି ଯୁବତୀଜଣକ କାମ କରୁଥିବା ଜନସେବା କେନ୍ଦ୍ରକୁ ଚାଲିଯାଇଥିଲେ । ମାତ୍ର ସନ୍ଧ୍ୟା ବେଳେ ଘରରୁ ଫେରି ଦେଖିଲା ବେଳକୁ ପପୁନି ଘରେ ଅଚେତନ ଅବସ୍ଥାରେ ପଡ଼ିଥିଲେ । ଯୁବତୀ ଏନେଇ ପପୁନିଙ୍କ ଘର ଲୋକଙ୍କୁ ଫୋନ୍ କରି ଜଣାଇଲେ ।

ଏହାପରେ ଉଭୟଙ୍କ ଘର ଲୋକ ପହଞ୍ଚିଥିଲେ । ପପୁନିଙ୍କୁ  ପୁଲିସର ସହଯୋଗରେ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ତାଙ୍କ ପାରିବାର ଲୋକଙ୍କୁ ଦେଇଛି ପୁଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିତ ତଥ୍ୟ ସଂଗ୍ରହ କରିଛି । ଏଥିସହ ସବୁ ଦିଗରୁ ଘଟଣାର ତଦନ୍ତ କରାଯିବ ବୋଲି ଧଉଳି ଥାନା ଅଧିକାରୀ କହିଛନ୍ତି । ପୁଲିସ ପ୍ରେମିକାକୁ ଅଟକ ରଖି ପଚରାଉଚରା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking