27.1 C
Bhubaneswar
Friday, September 20, 2024
Homeଓଡିଶାଚେନ୍ନାଇରେ ତାଣ୍ଡବ ରଚିଲା ମିଗଜୋମ: ଚାରିଆଡେ ଭୟଙ୍କର ବିଭୀଷିକା, ୫ମୃତ

ଚେନ୍ନାଇରେ ତାଣ୍ଡବ ରଚିଲା ମିଗଜୋମ: ଚାରିଆଡେ ଭୟଙ୍କର ବିଭୀଷିକା, ୫ମୃତ

ନୂଆଦିଲ୍ଲୀ : ମିଗଜୋମ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ । ଚେନ୍ନାଇରେ ବର୍ଷା ଆଣିଛି ବିତ୍ପାତ । ଚାରିଆଡେ ଭୟଙ୍କର ବିଭୀଷିକା । ୫ଜଣଙ୍କ ଜୀବନ ଯାଇଛି। ଉବୁଟୁବୁ ହୋଇଛି ସହର । ଆଜି ବର୍ଷା କମିଥିଲେ ବି ଦୁର୍ଦ୍ଦଶା ଥମିନି । ଏବେ ବି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଜଳାର୍ଣ୍ଣବ ହୋଇଛି ବିମାନ ବନ୍ଦର ପରିସର । ରନୱେରେ ପାଣିର ସୁଅ । ଜଳବନ୍ଦୀ ସ୍ଥିତି ଓ ଖରାପ ପାଗ ଯୋଗୁ ଆଜି ସକାଳ ୯ଟା ଯାଏ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି।ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । କେଉଁଠି ବନ୍ୟା ସ୍ରୋତରେ ଭାସିଲା କାର ଓ ଗାଡ଼ିମୋଟର। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି। ପ୍ରବଳ ବର୍ଷା ଫଳରେ ୱାଲାଝା ରୋଡ, ମାଉଣ୍ଟ ରୋଡ, ଆନ୍ନା ସଲାଇ, ଚେପକର ତଳିଆ ଅଞ୍ଚଳରେ ଘରେ ପଶିଛି ପାଣି। ଚେନ୍ନାଇ ସହ ଥିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗଲପାଟ୍ଟୁର ସମସ୍ତ ଶିକ୍ଷାନୁଷ୍ଠାନ, ଘରୋଇ ଓ ସରକାରୀ ଅନୁଷ୍ଠାନକୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଅନେକ ଟ୍ରେନ ଗତିପଥ ବଦଳିବା ସହ ବହୁ ଟ୍ରେନ ଚଳାଚଳ ବାତିଲ ହୋଇଛି। ରବିବାର ଠାରୁ ଲାଗି ରହିଥିବା ବର୍ଷା ଫଳରେ ଚେନ୍ନାଇ ବର୍ଷା ୮୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking